ଏଣିକି ଶ୍ରୀମନ୍ଦିରର ବିକାଶ କାର୍ଯ୍ୟରେ କେହି ଦେଇପାରିବେନି ବାଧା  । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ, ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । 

127

କନକ ବ୍ୟୁରୋ : ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ । ଓଡ଼ିଶାର ସାଂସଦ  ମାନେ ଏନଏମଏର ବାଇ ଲକୁ ପ୍ରତ୍ୟାହୃତ କରିବାକୁ ଭେଟି ଦାବି ଜଣାଇଥିଲେ । ଉଭୟ ବିଜେଡି-ବିଜେପି ସାଂସଦଙ୍କ ଦାବି ପରେ ବାଇ ଲକୁ ପ୍ରତ୍ୟାହୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ଏହାପୂର୍ବରୁ ବିଜେଡି ସାଂସଦ ମାନେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏନଏମଏର ପ୍ରସ୍ତାବିତ ବାଇ ଲକୁ ପ୍ରତ୍ୟାହୃତ କରିବାକୁ ଦାବି ଜଣାଇଥିଲେ । ଆଉ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବାଇ-ଲ ପ୍ରତ୍ୟାହୃତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ବିଜେପି ସାଂସଦ ମାନେ ମଧ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏହି ବାଇ-ଲ କୁ ସ୍ଥଗିତ କରିବାକୁ ଦାବି କରିଥିଲେ । ଓଡ଼ିଶାବାସୀ ତଥା ହିନ୍ଦୁଙ୍କର ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଜୀତୀୟ ଐତିହ୍ୟ ପ୍ରାଧିକରଣ ବାଇ -ଲକୁ ସ୍ଥଗିତ ରଖିବା ନେଇ ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ । ଏ ସମ୍ବନ୍ଧରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗକୁ ଏହାର ସମାଧାନ ପାଇଁ କଣ ରାସ୍ତା ବାହାରିପାରିବ ସେ ନେଇ ସାଂସଦମାନେ ବିଭାଗୀୟ ମନ୍ତ୍ରୀଙ୍କ ସହ ବିଚାର ବିମର୍ଷ କରିଥିଲେ । ଆଉ ବିଜେଡି-ବିଜେପି ସାଂସଦଙ୍କ ଆଲୋଚନା ପରେ ଏହି ବାଇ-ଲକୁ ପ୍ରତ୍ୟାହୃତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ବାଇ-ଲ ପ୍ରତ୍ୟାହୃତ ହେବା ପୂର୍ବରୁ ପୁରୀରୁ କେନ୍ଦ୍ର ସରକାରଙ୍କୁ କଡା ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସ୍ତାବିତ ବାଇ ଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ନବୀନ କହିଥିଲେ । ଏପରିକି କେହି ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇ ପାରିବେନି ବୋଲି କହିଥିଲେ ନବୀନ ।