ବୁଷ୍ଟର ଡୋଜ୍ ନେଇ ସ୍ପଷ୍ଟୀକରଣ ରଖିଲେ ଡାକ୍ତର ଭି.କେ. ପଲ୍ । କହିଲେ, ଯିଏ ଯେଉଁ ଡୋଜ୍ ନେଇଥିବେ ତାଙ୍କୁ ସେଇ ଡୋଜ୍ ଦିଆଯିବ ।

138

କନକ ବ୍ୟୁରୋ: ବୁଷ୍ଟର ଡୋଜ୍ କାହାକୁ କେମିତି ଦିଆଯିବ ସେନେଇ ସ୍ପଷ୍ଟୀକରଣ ରଖିଛନ୍ତି ଡାକ୍ତର ଭି.କେ. ପଲ୍ । ତାଙ୍କ ସୂଚନା ଅନୁସାରେ, ଯିଏ ଯେଉଁ ଡୋଜ୍ ନେଇଥିବେ ତାଙ୍କୁ ସେଇ ଡୋଜ୍ ଦିଆଯିବ । ତେବେ ପ୍ରତିଷେଧ ଡୋଜ୍ ଭାବେ କୋଭାକ୍ସିନ୍ ଓ କୋଭିସିଲ୍ଡ ଡୋଜ୍ ନେଇପାରିବେ ବୋଲି ସେ କହିଛନ୍ତି । ଅର୍ଥାତ ଯିଏ କୋଭାକ୍ସିନ୍ ଡୋଜ୍ ନେଇଥିଲେ ବୁଷ୍ଟର ଡୋଜରେ ତାଙ୍କୁ ସେହି କୋଭାକ୍ସିନ୍ ଡୋଜ୍ ହିଁ ଦିଆଯିବ । ସେହିପରି ଯିଏ କୋଭିସିଲ୍ଡ ଟିକା ନେଇଥିଲେ ତାଙ୍କୁ ବୁଷ୍ଟର ଡୋଜରେ କୋଭିସିଲ୍ଡ ଟିକା ଦିଆଯିବ ବୋଲି ଡାକ୍ତର ଭି.କେ.ପଲ୍ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୦ ତାରିଖରୁ ସାରା ଦେଶରେ କୋଭିଡ୍ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ ବହୁ ଦିନରୁ ଘୋଷଣା କରିସାରିଛନ୍ତି । ତେବେ ଏହି ବୁଷ୍ଟର ଡୋଜ୍ କଣ ଏହା କେମିତି ଦିଆଯିବ ତାକୁ ନେଇ ଏକ ଆଶଙ୍କା ଦେଖିବାକୁ ମିଳିଥିଲା । ଏହାରି ଭିତରେ ଡାକ୍ତର ଭି.କେ. ପଲଙ୍କ ଏହି ସୂଚନା ଅନେକ ଲୋକଙ୍କୁ ଆଶ୍ୱସ୍ତି ଆଣିଛି ।