କନକ ବ୍ୟୁରୋ : ନିଃସ୍ୱାର୍ଥପର ରୋଗୀସେବା ପାଇଁ ଡାକ୍ତରଙ୍କ ମହାନତା । ନିଜ ନୂଆ କାରକୁ ରୋଗୀ ସେବା ପାଇଁ ଉତ୍ସର୍ଗୀକୃତ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଆଉ ଗାଡିରେ ଲେଖା ହୋଇଛି – ‘ମୁଁ ଡାକ୍ତର, ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମତେ ଅଟକାଇ ପାରିବେ.. ୱାନ୍ ରୁପି କ୍ଲିନିକ୍ ।’ ବୁର୍ଲା ସହରରେ ବୁଲୁଥିବା ଏକ ନୂଆ ଅଲଟ୍ରୋଜ୍ କାରରେ ଏଭଳି ଷ୍ଟିକର ମରାଯାଇଥିବା ଦେଖି ସବୁଠି ଚର୍ଚ୍ଚା ।

Advertisment

ଏହି କାର୍ କିଣିଛନ୍ତି ପ୍ରତିଷ୍ଠିତ ଡାକ୍ତର ଶଙ୍କର ରାମଚନ୍ଦାନୀ । ଯିଏ କି ୨ ବର୍ଷ ତଳେ ଗରିବ ରୋଗୀଙ୍କ ପାଇଁ ଟଙ୍କିକିଆ କ୍ଲିନିକ୍ ଖୋଲି ଜାତୀୟ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଥିଲେ । ଟଙ୍କିକିଆ କ୍ଲିନିକର ଦୁଇ ବର୍ଷ ପୂରଣ ଅବସରରେ ରୋଗୀ ସେବାର ମହତ ଉଦ୍ଦେଶ୍ୟ ନେଇ ଆଉ ଏକ ମହତ କାମ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ନିଜ ନୂଆ କାର୍କୁ ରୋଗୀ ସେବା ପାଇଁ ନିୟୋଜିତ କରିଛନ୍ତି । ଡାକ୍ତର ରାମଚନ୍ଦାନୀ ଭିମସାର ଆସିଷ୍ଟାଂଟ୍ ପ୍ରଫେସନ୍ ଡାକ୍ତର ଶଙ୍କର ରାମଚନ୍ଦାନୀ ଫେବୃୟାରୀ ୨୦୨୧ରେ ନିଜ ବୁର୍ଲା ସ୍ଥିତ ବାସଭବନରେ ଟଙ୍କିକିଆ କ୍ଲିନିକ୍ ଆରମ୍ଭ କରିଥିଲେ ।

ଏଠାରେ ରୋଗୀଙ୍କୁ ଚିକିତ୍ସା ସହ ମାଗଣାରେ ଔଷଧ ଯୋଗଇ ଦେଇଥାନ୍ତି ଡାକ୍ତର ରାମଚନ୍ଦାନୀ । ଏବେ ନିଜ ନୂଆ କାରକୁ ରୋଗୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି କାର୍ରେ ରୋଗୀଙ୍କୁ ତାଙ୍କ କ୍ଲିନିକ୍ ନିଆଯିବ ବୋଲି ଘୋଷଣା କରିଛନ୍ତି ଡାକ୍ତର ରାମଚନ୍ଦାନୀ । ରୋଗୀସେବା କ୍ଷେତ୍ରରେ ଡାକ୍ତର ରାମଚନ୍ଦାନୀଙ୍କ ଏଭଳି ସେବା ମନୋବୃତି ଆଜିର ସ୍ୱାର୍ଥପର ଦୁନିଆରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।