ବୟସ୍କଙ୍କ ସହ ଯୁବବର୍ଗଙ୍କୁ ଦିଆଯାଉ ଟିକା । ଯୁବବର୍ଗ ଟିକା ନେଲେ ସଂକ୍ରମଣ ରୋକି ହେବ କହିଲେ ବିଶେଷଜ୍ଞ

104

କନକ ବ୍ୟୁରୋ : ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୨୦ ବର୍ଷରୁ ୪୦ ବର୍ଷ ବୟସ୍କ ମଧ୍ୟରେ ଥିବା ଯୁବକମାନଙ୍କୁ ଟିକାକରଣ କରିବା ସପକ୍ଷରେ ମତ ପ୍ରକାଶ ପାଉଛି । ଏହି ବର୍ଗର ଯୁବକମାନେ ଅଧିକ ବାହାରକୁ ଆସୁଥିବାରୁ ସେମାନଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ସେମାନଙ୍କୁ ଟିକା ଦିଆଗଲେ ସଂକ୍ରମଣ ରୋକିହେବ ବୋଲି କହିଛନ୍ତି ଡାକ୍ତର ।


ତେବେ ଗତକାଲିଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଟିକାକରଣର ୨ ଲକ୍ଷ ଟାର୍ଗେଟ ପୂରଣ କରିଛି ଓଡିଶା । ଗୋଟିଏ ଦିନରେ ୨ ଲକ୍ଷ ୩ ହଜାର ୧୬୨ ଜଣଙ୍କୁ ଟିକା ଦିଆଯାଇଛି । ଏପ୍ରିଲ ମାସ ସାରା ଦିଆଯିବ କରୋନା ଟିକା । ଛୁଟି ଦିନରେ ବି ଟିକା ଦେବାକୁ ନିଷ୍ପତି ନିଆଯାଇଛି । ଏପଟେ ଦୀର୍ଘ ମାସର ବ୍ୟବଧାନ ପରେ ଓଡ଼ିଶାରେ ପ୍ରାୟ ୪ଶହକୁ ଛୁଇଁଛି ଦୈନିକ କରୋନା ମିଟର । ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୨୪୬ରେ ପହଂଚିଛି । ଏପଟେ ଦେଶରେ କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।