କରୋନାର ସେକେଣ୍ଡ ୱେଭକୁ ନେଇ ସତର୍କ କରାଇଲେ ଡାକ୍ତର ନିରୋଜ ମିଶ୍ର । କହିଲେ ଓଡିଶାରେ ଏଯାଏଁ ହୋଇନି ଦ୍ୱିତୀୟ ପର୍ଯ୍ୟୟ ସଂକ୍ରମଣ । ହେଲେ ଶୀତ ଦିନେ ସତର୍କ ନହେଲେ ବଢିପାରେ ବିପଦ

379

କନକ ବ୍ୟୁରୋ : ଶୀତଦିନେ କରୋନା ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ପୂର୍ବାନୁମାନ କରାଯାଉଛି । ସେକେଣ୍ଡ ୱେଭ ପାଇଁ ସତର୍କତା ଜରୁରୀ । ବରିଷ୍ଠ ଭେସଜ ବିଶେଷଜ୍ଞ ଡ଼ାକ୍ତର ନିରୋଜ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଗଂଜାମରେ ସେକେଣ୍ଡ ୱେଭ୍ ଆସିବା ଅଧିକ ସମ୍ଭାବନା ରହିଛି । କାରଣ ସେଠାରେ ସଂକ୍ରମଣ ପିକ୍ ପରେ ହ୍ରାସ ପାଇଥିଲା । ଯଦି ସେଠାରେ ସଂକ୍ରମଣ ବଢେ ତାକୁ ସେକେଣ୍ଡ ୱେଭ୍ କହିପାରିବା ।
ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମଣ ହ୍ରାସ ପାଇଛି । ଯଦି ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢେ ତାକୁ ସେକେଣ୍ଡ ୱେଭ୍ କହିପାରିବା । ଓଡ଼ିଶାରେ ସେକେଣ୍ଡ ୱେଭ୍ ଆସିନି, ଯଦି ଆସେ ତେବେ ବହୁ ଅସୁବିଧା ହେବ । ସଂଖ୍ୟା ବଢିଲେ ସ୍ୱାସ୍ଥ୍ୟସେବା ଓ ଭିତିଭୁମି ଉପରେ ଚାପ ପଡ଼ିବ । ଆମକୁ ଯତ୍ନବାନ ହେବାକୁ ପଡ଼ିବ । ଗାଇଡ଼ଲାଇନ୍ ମାନିବାକୁ ହେବ । ଆମେ ସତର୍କ ରହିବେ ସେକେଣ୍ଡ ୱେଭକୁ ଏଡ଼ାଇ ଦେଇପାରିବା ।