କନକ ବ୍ୟୁରୋ : ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରାଇଛି କେନ୍ଦ୍ର । ପୂଜା ପର୍ବରେ ଭିଡକୁ ନିୟନ୍ତ୍ରଣ ନକଲେ ଏଗୁଡିକୁ ସୁପରସ୍ପ୍ରେଡର ଇଭେଂଟ ପାଲଟି ପାରନ୍ତି । ତେଣୁ ପର୍ବପର୍ବାଣୀ ପାଳନ ବେଳେ ଭିଡ କମ କରିବାକୁ ରାଜ୍ୟ ଗୁଡିକୁ ପରାମର୍ଶ ଦିଆଯାଇଛି । ଏ ସମ୍ପର୍କିତ କେନ୍ଦ୍ରର ମାର୍ଗଦର୍ଶିକାକୁ ସ୍ୱାଗତ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଟିକା ନେବା ପରେ ମଧ୍ୟ ଲୋକେ କରୋନା ଭୂତାଣୁର ବାହକ ପାଲଟିପାରନ୍ତି ।

Advertisment

ତେଣୁ ପୂଜାପର୍ବରେ ଭିଡ ନିୟନ୍ତ୍ରଣ ନକଲେ ସଂକ୍ରମଣ ପୁଣି ବଢିବ ବୋଲି ଚେତାଇ ଦେଇଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର । ଗତବର୍ଷ ଭଳି ଏଥର ମଧ୍ୟ ଗଣେଷ ପୂଜା ଓ ଦଶହରାରେ କେବଳ ପୂଜା କମିଟି ଗୁଡିକ କେବଳ ବିଧି ଅନୁଯାୟୀ ପୂଜାକୁ ସୀମିତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେପଟେ ୬ଟି ରାଜ୍ୟର ୧୮ଟି ଜିଲ୍ଲାରେ ଆର ଭାଲ୍ୟୁ ୧ଉପରେ ରହିଛି । ଓଡ଼ିଶାରେ ଆର ଭାଲ୍ୟୁ କମ୍ ଥିଲେ ମଧ୍ୟ ଭୁବନେଶ୍ୱର ଓ ପୁରୀରେ ୧ଉପରେ ରହିବା ଚିନ୍ତାଜନକ ବୋଲି କହିଛନ୍ତି ନିରୋଜ ମିଶ୍ର ।