କନକ ବ୍ୟୁରୋ : ୟୁରୋପୀୟ ଦେଶରେ ବଢୁଛି ସଂକ୍ରମଣ । ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ୟୁରୋପ ଏବଂ ଚୀନରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୟୁରୋପୀୟ ଦେଶରେ ବଢୁଛି ସଂକ୍ରମଣ କିନ୍ତୁ ଆମେ ଆତଙ୍କିତ ହେବାର କିଛି କାରଣ ନାହିଁ । କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ ।

Advertisment

ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି । ତେଣୁ ଆତଙ୍କିତ ହେବାର ନାହିଁ ।  ତିନି ମାସ ତଳେ ରୋଗ ପ୍ରତିରୋଧକ କ୍ଷମତା ୭୫ ପ୍ରତିଶତ ଥିଲା । ହେଲେ ଏବେ ବି ଟିକାକରଣ ଚାଲିଛି । ତେଣୁ ରୋଗ ପ୍ରତିରୋଧକ କ୍ଷମତା ବଢୁଛି । ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି। ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ ।

ସେପଟେ, ରାଜ୍ୟରେ ଗତ ୨୪ ଘଂଟାରେ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ରହିଛି ୨୪ ଜଣ । ସଂଗରୋଧରୁ ୯୮ ଜଣ ଥିବା ବେଳେ ୭୨ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧାରୁ ୬୧, କଟକରୁ ୧୯, କେନ୍ଦ୍ରାପଡ଼ା, ବାଲେଶ୍ୱରରୁ ୧୧ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୫ ହଜାର ୭୪୩ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ଶୂନ ଦଶମିକ ୩୦ ପ୍ରତିଶତ ।

ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୯୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୪୪୭ ଜଣ । ମୋଟ ସୁସ୍ଥ ସଂଖ୍ୟା ରହିଛି ୧୦ ଲକ୍ଷ ୩୦ ହଜାର ୮୮୯ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୬୫୧ । ଗୋଟିଏ ଦିନରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୧୧ ଜିଲ୍ଲାର ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ୨୩ ମାର୍ଚ୍ଚ ପରେ ରାଜ୍ୟରେ କରୋନା କମିଛି । ସେହି ସମୟରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାଢ଼େ ୭ମାସ ପରେ ଆଜି ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।