କନକ ବ୍ୟୁରୋ : କରୋନା ସମୟରେ କିପରି ରହିବ ଆପଣଙ୍କର ଖାଦ୍ୟ ଅଭ୍ୟାସ । ଘରେ କେହି ସଂକ୍ରମଣର ଶିକାର ହେଲେ କିଂବା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିପରି ରହିବ ଖାଦ୍ୟ ଅଭ୍ୟାସ । ଏନେଇ ପରାମର୍ଶ ଦେଇଛନ୍ତି ଡାଇଟିସିଆନ୍ ତଥା ଅଭିନେତ୍ରୀ ନିହାରିକା ଦାଶ ।

Advertisment

ଔଷଧ ସହିତ ଖାଦ୍ୟ ପାନୀୟ ମଧ୍ୟ ସଠିକ୍ ହେବାର ଆବଶ୍ୟକତା ଥିବା କହିଛନ୍ତି ନିହାରିକା । ହାତ ପାଆନ୍ତାରେ ବି ଭିଟାମିନ୍ ସି ଓ ଡି ରେ ଭରପୁର ଖାଦ୍ୟ ରହିଛି । ଏହାକୁ ଚିହ୍ନି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ନିହାରିକା । କରୋନା ସମୟ ପରି କରୋନା ପରବର୍ତ୍ତୀ ସମୟରେ ଖାଦ୍ୟ ଆମ ପାଇଁ ବିଶେଷ ଭୂମିକା ରଖିଥାଏ ବୋଲି କହିଛନ୍ତି ନିହାରିକା । ବର୍ତ୍ତମାନ କରୋନା କାଳରେ ନିହାରିକା ସମସ୍ତଙ୍କ ପାଇଁ ସାମାଜିକ ଗଣମାଧ୍ୟମ ତଥା ଟୁଇଟରରେ ପରାମର୍ଶ ରଖୁଛନ୍ତି । କରୋନା ପଜିଟିଭ୍ ବ୍ୟକ୍ତି କିଂବା ସମ୍ପର୍କୀୟ ପ୍ରଶ୍ନ ରଖିଲେ, ଉତ୍ତର ଦେଉଛନ୍ତି ନିହାରିକା ।