କନକ ବ୍ୟୁରୋ: ସମ୍ବଲପୁରର ନାଁ କରା ଡାକ୍ତରାଣୀ ନାରାୟଣୀ ପଣ୍ଡା । ଏହି ୮୪ ବର୍ଷିୟା ଡାକ୍ତରାଣୀଙ୍କ କଥାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୋ କଲେଜ ଅଭିଯାନରେ ନାରାୟଣୀ ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦେଇଛନ୍ତି । ଆପଣ ଭାବୁଥିବେ ଜଣେ ଏକ କଲେଜକୁ ଏତେ ଟଙ୍କା କାହିଁକି ଦେବ । ହେଲେ ଏହା ପଛରେ ଏକ କାହାଣୀ ରହିଛି . ଆଉ ସେ କାହାଣୀ ଶୁଣିଲେ ନାରାୟଣୀଙ୍କ ପ୍ରତି ଆପଣଙ୍କ ସମ୍ମାନ ବଢିଯିବ ।
ନାରାୟଣୀ ୧୯୫୩ରୁ ୫୫ ମସିହାରେ ଗଙ୍ଗାଧର ମେହେର କଲେଜରେ ପଢୁଥିଲେ । ମେଡିକାଲ ପଢିବାକୁ ଇଚ୍ଛା ଥିଲା , କିନ୍ତୁ ଟଙ୍କା ନଥିଲା । ଏଥିପାଇଁ ତତକାଳୀନ ଗଙ୍ଗାଧର ମେହେର କଲେଜ ଟ୍ରଷ୍ଟ ତାଙ୍କୁ ମାସକୁ ୨୫ ଟଙ୍କା ଲେଖାଁଏ ଷ୍ଟାଇପେଣ୍ଡ ଦେଇଥିଲା । ନାରାୟଣୀ ଏହି ଟଙ୍କାରେ କଟକ ଏସସିବିରେ ପାଠପଢି ତାଙ୍କ ସ୍ୱପ୍ନକୁ ସାକାର କରିପାରିଛନ୍ତି । ଆଉ ଏବେ ସେ ସେହି ଋଣକୁ ଏକପ୍ରକାର ଶୁଝିବାକୁ ଉଦ୍ୟମ କରିଛନ୍ତି, ଆଉ ଜିଏମ ବିଶ୍ୱବିଦ୍ୟାଳୟର “ମୋ କଲେଜ” ଅଭିଯାନକୁ ଦେଇଛନ୍ତି ୩୦ ଲକ୍ଷ ଟଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/15-16.jpg)