କନକ ବ୍ୟୁରୋ : ନିସ୍ୱାର୍ଥପର ରୋଗୀ ସେବା କରି ଚର୍ଚ୍ଚା ସାଉଁଟିଛନ୍ତି ଡାକ୍ତର ମେଘନାଦ ମେହେର । ବିନା ଫିସ୍ରେ ରୋଗୀଙ୍କ ମାଗଣା ସେବାରେ ଲାଗିପଡିଛନ୍ତି । ଏଥିରେ ନାଁ ତାଙ୍କର କୌଣସି ସ୍ୱାର୍ଥ ରହିଛି ନାଁ ଏଥଇରେ କୌଣସି ଲାଭ । ହେଲେ ଅବିରତ ଭାବେ ଚାଲିଛି ରୋଗୀ ସେବା । ବରଗଡ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗାଁର ଡାକ୍ତର ମେଘନାଦ ମେହେର । ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ବି ନିଜ ଗାଁର ଲୋକଙ୍କୁ ଭୁଲିନାହାନ୍ତି । ଜନ୍ମମାଟିରେ କରିଛନ୍ତି ଏକ କ୍ଲିନିକ । ଯେଉଁଥିରେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ରାତି ପାହିଲେ ତାଙ୍କ କ୍ଲିନିକରେ ଛୋଟ ପିଲାଙ୍କଠାରୁୁ ନେଇ ବଡ ପର୍ଯ୍ୟନ୍ତ ଲାଗୁଛି ଭିଡ । ମ୍ୟାଲେରିଆ , ମଧୁମେହରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ଭଳି ରୋଗର ମାଗଣାରେ ଚିକିତ୍ସା କରୁଛନ୍ତି । ଏପରିକି ମାଗଣାରେ ଓøଷଧ ମଧ୍ୟ ମାଗଣାରେ ଦେଉଛନ୍ତି ରୋଗୀ ମାନଙ୍କୁ ।
ପିଲାବେଳରୁ ଜଣେ ଡାକ୍ତର ହେବାର ସ୍ୱପ୍ନ ଥିଲା ରଘୁନାଥଙ୍କର । ଯାହା ଏବେ ତାଙ୍କର ପୂରଣ ହୋଇଛି । ରୋଗୀ ସେବା କରିବାକୁ ତତ୍ପ୍ୱର ଥିବା ଡାକ୍ତର ଏବେ ଡାକ୍ତରଖାନାରେ କାର୍ଯ୍ୟରତ ଥାଇ ବି ଗାଁର ଲୋକମାନଙ୍କ ଚିକତ୍ସା କରିବାକୁ ଭୁଲିନାହାନ୍ତି । ମାଗଣାରେ ଚିକତ୍ସା ସହ ମାଗଣାରେ ଓøଷଧ ଦେଉଛନ୍ତି । ଆଉ ରୋଗଠାରୁ କିଭଳି ଦୂରେଇ ରହିବ ସେ ନେଇ ବୁଲି ବୁଲି ଲୋକଙ୍କୁ କରୁଛନ୍ତି ସଚେତନ । ତାଙ୍କର ଏହି ସେବା ମନୋବୃତି ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ପ୍ରଶଂସା କରାଯାଉଛି ।
ଡାକ୍ତର ଜଣକ ଗାଁରେ ଗାଁରେ ବୁଲି ବୁଲି ରୋଗୀ ସେବାର ଲାଗିପଡିଛନ୍ତି । ତା ସହିତ ମାଗଣାରେ ଓøଷଧ ବାଂଟିଚାଲିଛନ୍ତି । ବଂଚିଥିବା ପର୍ଯ୍ୟନ୍ତ ସେ ଏହି ରୋଗୀ ସେବା ଜାରି ରଖିବେ ବୋଲି କହିଛନ୍ତି ।