କନକ ବ୍ୟୁରୋ: ରାଜ୍ୟ ବିଧାନସଭା ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ଗତ ୧୬ ତାରିଖରେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଜଣକ ବିଧାନସଭା ଡିସପେନସାରୀକୁ ଆସିଥିଲେ ତେଣୁ ଡାକ୍ତର ଲଳିତ ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତେବେ ନିଲମ୍ବିତ ଅବଧିରେ ବିଧାନସଭା ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଭୁବନେଶ୍ୱର ଛାଡ଼ି ଯାଇପାରିବେନି ବୋଲି ନିଲମ୍ବିତ ଚିଠିରେ ଆଦେଶ ଦେଇଛନ୍ତି ରାଜ୍ୟ ସରକାର ।
ତେବେ ଓଡ଼ିଶାର ତୃତୀୟ ଆକ୍ରାନ୍ତ ଟ୍ରାଭେଲ ହିଷ୍ଟ୍ରୀ କହୁଛି...
୧୦ ମାର୍ଚ୍ଚରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ
ଅସୁସ୍ଥ ହେବାରୁ ୧୬ ମାର୍ଚ୍ଚରେ ବିଧାନସଭା ଡିସପେନସରୀକୁ ଯାଇଥିଲେ
ମାର୍ଚ୍ଚ ୨୧ରେ ଭୁବନେଶ୍ୱର କର କ୍ଲିନିକ୍ ଯାଇଥିଲେ ଏବଂ ୨୩ ତାରିଖରେ କର କ୍ଲିନିକର ଆଇସିୟୁରେ ଭର୍ତ୍ତି ହୋଇଥିଲେ
କ୍ଲିନିକରୁ ଡିସ୍ଚାର୍ଜ ହୋଇ ୨୫ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲକୁ ଆସିଥିଲେ
୨୬ ତାରିଖରେ କରୋନା ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା