କରୋନା ସଂକ୍ରମଣର ନୂଆ ଟ୍ରେଣ୍ଡ ? ସଂକ୍ରମଣ କମୁନି, ହେଲେ ଗୁରୁତର ହେଉନାହାନ୍ତି ରୋଗୀ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଅଧିକାଂଶ ରୋଗୀଙ୍କୁ ଯିବାକୁ ପଡ଼ୁନି ହସ୍ପିଟାଲ

184

କନକ ବ୍ୟୁରୋ : ବେଶ କିଛି ଦିନ ହେଲା କରୋନା ସଂକ୍ରମଣ ହାର କମୁନାହିଁ । ପ୍ରତେକ ଦିନ ୩ହଜାର ପାଖାପାଖି ସଂକ୍ରମଣ ଦେଖିବାକୁ ମିଳୁଛି । ଏଭଳି ସଂକ୍ରମଣ ହାର ଅନେକ ଦିନ ହେଲା ଦେଖିବାକୁ ମିଳିଛି । ସଂକ୍ରମଣ କମିଯିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଦେଖିବାକୁ ମିଳୁନାହିଁ । କିନ୍ତୁ ଏହି ସଂକ୍ରମଣ ହାର ଭିତରେ ଏକ ନୂଆ ଟ୍ରେଣ୍ଡ ଦେଖାବକୁ ମିଳୁଛି ।

ବର୍ତ୍ତମାନ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁନାହିଁ । ସେମାନେ ଗୁରୁତର ହେଉନାହାନ୍ତି, କିମ୍ବା ତାଙ୍କ ଠାରେ କରୋନାର ସେଭଳି ଅଧିକ ପ୍ରଭାବ ଦେଖିବାକୁ ମିଳୁନାହିଁ । ହସ୍ପିଟାଲ ବେଡ଼ ମଧ୍ୟ ଖାଲି ରହୁଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୁଚନା ଦେଇଛନ୍ତି । ସଂକ୍ରମଣ କମୁନଥିବା ବେଳେ ଏହି ଟ୍ରେଣ୍ଡ କିନ୍ତୁ ଆଶ୍ବସ୍ତି ଦେଲା ଭଳି ଟ୍ରେଣ୍ଡ ହୋଇଛି ।

ସେପଟେ, କରେନା ସଂକ୍ରମଣ ରୋକିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ହେଲେ ଟିକା ଅଭାବରୁ ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା କହିଛନ୍ତି ଡ଼ାକ୍ତର ବିଜୟ ପାଣିଗ୍ରାହୀ । ଆଜି ୫୨୦ଟି ସ୍ଥାନରେ ଟିକାକରଣ କରାଯାଉଛି । ଆଜି ସକାଳେ ଏକ ଲକ୍ଷ ୭୩ ହଜାର କୋଭାକ୍ସିନ୍ ଟିକା ପହଂଚିଛି । ଏହାକୁ ଗଂଜାମ ଜିଲ୍ଲାକୁ ପଠାଯିବ ।

ବର୍ତ୍ତମାନ ଏକ ଲକ୍ଷ ୯ହଜାର କୋଭିସିଲଡ଼ ମହଜୁଦ ଅଛି । ୧୫ ତାରିଖରେ ୩ଲକ୍ଷ କୋଭିସିଲଡ଼ ଟିକା ଆସିବ । ୧୫ ତାରିଖ ପରେ ଗର୍ଭବତି ମାଆ ମାନଙ୍କୁ ଟିକାରକରଣ କରାଯିବ । ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଦିଆଯିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।