କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ । ଶବ ବ୍ୟବଚ୍ଛେଦ ଘଟଣାକୁ ନେଇ ଅପହୃତ ହୋଇଥିଲେ ।

1,289

କନକ ବ୍ୟୁରୋ: କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତର ଅମ୍ଳାନଙ୍କ ପତ୍ତା ମିଳିଲା । ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି ପୋଲିସ । ଏନେଇ ସୂଚନା ଦେଲେ ମାଲକାନଗିରି ଏସପି । ଏବେ ଡାକ୍ତର ଅମ୍ଳାନଙ୍କୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଚାଲିଛି । ତେବେ ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତର ଅମ୍ଳାନଙ୍କୁ ଅପହରଣ କରି ନିଆଯାଇଥିଲା । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଥିଲେ ଅମ୍ଲାନ ।