ଗତ ୨୪ ଘଂଟାରେ ୧୬୯୫ ପଜିଟିଭ୍ ଚିହ୍ନଟ, ୨୩୭୭ ଜଣ ସୁସ୍ଥ ଓ ୧୫ ମୃତ ,,,,,,,

322

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୯୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୯୮୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୭୦୯ ରହିଛି ।
ଅନୁଗୁଳ ୮୩, ବାଲେଶ୍ୱର ୧୨୮, ବରଗଡ ୫୪, ଭଦ୍ରକ ୩୫, ବଲାଙ୍ଗିର ୬୫, ବୌଦ୍ଧ୧୧, କଟକ ୧୦୩, ଦେଓଗଡ ୧୧, ଢେଙ୍କାନାଳ ୨୩, ଗଜପତି ୭, ଗଂଜାମ ୪୫, ଜଗତସିଂହପୁର ୭୭, ଯାଜପୁର ୫୭, ଝାରସୁଗୁଡା ୪୫, କଳାହାଣ୍ଡି ୩୬, କନ୍ଧମାଳ ୩୪ , କେନ୍ଦ୍ରାପଡା ୪୨, କେନ୍ଧୁଝର ୭୩, ଖୋର୍ଦ୍ଦା ୧୮୩, କୋରାପୁଟ୍୪୫, ମାଲକାନଗିରି ୩୭, ମୟୁରଭଞ୍ଜ ୪୫, ନବରଙ୍ଗପୁର ୫୧, ନୟାଗଡ ୩୨, ନୂଆପଡା ୯୨, ପୁରୀ ୫୧, ରାୟଗଡା ୧୭, ସମ୍ବଲପୁର ୪୨, ସୋନପୁର ୨୪, ସୁନ୍ଦରଗଡ ୧୧୦, ଷ୍ଟେଟପୋଲ ୩୫ ।

ଏହା ସହ ରାଜ୍ୟରେ ଗତ ୨୪ ଘଂଟାରେ ୨୩୭୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେଯାଏଁ ମୋଟ ୪୨,୮୦,୨୭୪ ଜଣଙ୍କର ନମୂନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨.୭୯,୫୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ପଜିଟିଭ୍ ମାନଙ୍କ ମଧ୍ୟରୁ ୨,୫୯,୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୮,୮୮୨ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।

ସେହିଭଳି ରାଜ୍ୟରେ ଗତକାଲି କରୋନାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୨୯ କୁ ବୃଦ୍ଧି ପାଇଛି ଏହି ୧୫ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଦା, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ବରଗଡ, ଭଦ୍ରକ,ଗଜପତି, ଝାରସୁଗୁଡା, କନ୍ଧମାଳ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।