ଡୋଭ ସାମ୍ପୁ କରିପାରେ କ୍ୟାନସର ? ୟୁନିଲିଭରର ଏକାଧିକ ସାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିକାଲ । ଆମେରିକା ବଜାରରୁ ୟୁନିଲିଭର କମ୍ପାନୀ ସାମ୍ପୁ ଫେରାଇ ଆଣିଛି । ଡୋଭ୍, ନେକ୍ସସ୍, ସୁଆଭ୍, ଟ୍ରେସମି ଭଳି ଡ୍ରାଏ ସାମ୍ପୁରେ ବେଞ୍ଜିନ୍ । ବେଞ୍ଜିନ୍ ଜରିଆରେ କ୍ୟାନସର ହେବାର ଆଶଙ୍କା ରହିଛି । ବେଞ୍ଜିନ୍ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରେ । ଏହା ଚର୍ମ, ନାକ ଓ ପାଟି ଦେଇ ଯାଇପାରିବ । ଲ୍ୟୁକେମିଆ ଓ ବ୍ଲଡ୍ କ୍ୟାନସର ଭଳି ରୋଗ ହେବାର ଆଶଙ୍କା ।  ଏପରି ସାମ୍ପୁ ବ୍ୟବହାର ବନ୍ଦ କରିବା ଦରକାର କହିଲା ଏଫଡିଏ ।

Advertisment

ଆମେରିକାର ରିପୋର୍ଟ ପରେ ଭାରତରେ ବଢିଲା ଚିନ୍ତା । ୟୁନିଲିଭରର ସହଯୋଗୀ କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍ । ବିବାଦ ପରେ ଜବାବ ରଖିଲା ଭାରତୀୟ କମ୍ପାନୀ । ଭାରତରେ ଏପରି ଉତ୍ପାଦ ବିକ୍ରି ହେଉନଥିବା ଏଚୟୁଏଲର ଦାବି । ଭାରତରେ ଡୋଭର ଡ୍ରାଏ ସାମ୍ପୁ ବିକ୍ରି ହେଉନି କହିଲା କମ୍ପାନୀ । ଭାରତୀୟ କମ୍ପାନୀର ଦାବିକୁ ଖଣ୍ଡନ କଲେ ଜାତୀୟ ଗଣମାଧ୍ୟମ । ନିଜ ଆଡୁ ଛାନଭିନ୍ କରିଥିବା ‘ବିଜନେସ ଟୁଡେ’ର ଦାବି କରିଛି । ଏବେ ବି ଅନ୍ ଲାଇନ୍ ଫ୍ଲାଟଫର୍ମରେ ଡୋଭର ଡ୍ରାଏ ସାମ୍ପୁ ବିକ୍ରି ହେଉଛି  ।

ଡ୍ରାଏ ସାମ୍ପୁ

ପାଉଡର କିମ୍ବା ସ୍ପ୍ରେ ଭାବରେ ବ୍ୟବହାର ହୁଏ
କେଶକୁ ଓଦା ନକରି ସଫା କରିହେବ
ପୂର୍ବରୁ ଏପରି ସାମ୍ପୁକୁ ନେଇ ବହୁବାର ପ୍ରଶ୍ନ ଉଠିଛି
ପୂର୍ବରୁ ବେଞ୍ଜିନ ମିଶ୍ରଣ ପାଇଁ ପେଣ୍ଟିନ୍ ଭଳି ସାମ୍ପୁ ବଜାରରୁ ଫେରସ୍ତ ହୋଇଥିଲା