କନକ ବ୍ୟୁରୋ : ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଆକ୍ରମଣ କରିଛି ଝିଅ । ବାଲେଶ୍ୱର ସୋର ଥାନା ହାତିଗଡ଼ିଆ ଗାଁରେ ଘଟିଛି ଏମିତି ଏକ ଘଟଣା । ଆକ୍ରମଣରେ ଗୁରୁତର ହୋଇଥିବା ବାପା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ହାତିଗଡ଼ିଆ ଗାଁର ରଞ୍ଜିତ୍ ସିଂ ଓ ବୁଦୁନି ସିଂଙ୍କ ବଡ଼ ଝିଅ କୁନି ବିବାହ ପରେ ବାପ ଘରେ ରହୁଥିଲେ । ଗତକାଲି ରାତିରେ ସେ ଫୋନ୍ରେ କଥା ହେଉଥିବାରୁ ମା’ ବିରକ୍ତ ହେବା ସହ ସାନ ଝିଅକୁ ପ୍ରଶଂସା କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ପନିକିରେ ଆକ୍ରମଣ କରିଥିଲେ । ସ୍ତ୍ରୀକୁ ବଂଚାଇବାକୁ ଯାଇ ବାପା ମଧ୍ୟ ପନିକି ଚୋଟର ଶିକାର ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Screen-Shot-2024-01-16-at-12.17.06-PM.jpg)