ରୁଷିଆ ଟିକାର ପ୍ରଭାବକୁ ନେଇ ଦୂରହେଲା ସନ୍ଦେହ । ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟରେ ପ୍ରକାଶ ପାଇଲା ତଥ୍ୟ : ‘ସ୍ପୁଟନିକ ଭି’ର ପ୍ରାରମ୍ଭିକ ପରୀକ୍ଷଣ ଫଳପ୍ରଦ ହୋଇଥିବା ରିପୋର୍ଟ

761

କନକ ବ୍ୟୁରୋ : ସ୍ପୁଟନିକ୍ ଭି ର ପ୍ରାରମ୍ଭିକ ପରୀକ୍ଷଣ ସଫଳ ହୋଇଛି । ଆସନ୍ତା ସପ୍ତାହରେ ୪୦ ହଜାର ବ୍ୟକ୍ତିଙ୍କ ଠାରେ ହେବ ପରୀକ୍ଷଣ । ଗତମାସରେ ଋଷରେ ଲୋକାର୍ପିତ ହୋଇଥିବା ସ୍ପୁଟନିକ୍ ଭି ନାମକ କୋଭିଡ୍ ୧୯ ଟିକାକୁ ନେଇ ସକରାତ୍ମକ ଖବର ଆସିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ସଫଳତା ନେଇ ଲାନ୍ସେଟ୍ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ମୋଟାମୋଟି ୭୬ ଜଣ ସ୍ୱେଛାସେବୀଙ୍କ ଠାରେ କରାଯାଇଥିବା ଏହି ସଂକ୍ଷିପ୍ତ ମାନବୀୟ ପରୀକ୍ଷଣ ସ୍ୱେଛାସେବୀଙ୍କ ଶରୀରରେ ଭୂତାଣୁ ନିରୋଧକାରୀ ଆଂଟିବଡି ସୃଷ୍ଟି ହୋଇଥିବା କୁହାଯାଇଛି ।

ଏଥି ସହିତ କୌଣସି ପ୍ରକାର ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇନଥିବା ଏହି ରିପୋର୍ଟରେ କୁହାଯାଇଛି । ଟିକା ନେବାର ୪୨ ଦିନ ଯାଏଁ ଏହା ନିରାପଦ ମନେ ହେବା ସହିତ ୨୧ ଦିନ ମଧ୍ୟରେ ଶରୀରରେ ଆଂଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି । ସେହିପରି ଏହି ଟିକା ୨୮ ଦିନ ମଧ୍ୟରେ କରୋନା ଭୂତାଣୁ ପାଇଁ ଘାତକ ହୋଇଥିବା କୋଷିକା ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଗବେଷକ କହିଛନ୍ତି । ରାଷ୍ଟ୍ରପତି ପୁଟିନଙ୍କ ସହ ଶୁକ୍ରବାର ଅନଲାଇନରେ ମେୟର ଏନେଇ ଆଲୋଚନା କରିଛନ୍ତି । ଚୂଡାନ୍ତ ନିଷ୍ପତି ପାଇଁ ଗମାଲେଇ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକୁ କେବଳ ଅପେକ୍ଷା ରହିଛି । ଏହି ପର୍ଯ୍ୟାୟର ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ୫ ହଜାର ଲୋକ ସେମାନଙ୍କର ନାମ ପଂଜିକରଣ କରାଇଥିବା ଜଣାପଡିଛି ।