ମହାନଦୀରେ ଫସିଥିବା ହାତୀର ମୃତ୍ୟୁ ନେଇ ବଢିଲା ସନ୍ଦେହ: ପାଣିରେ ହାତୀ ଭାସୁଥିବାର ଭିଡିଓ ଭାଇରାଲ

764

କନକ ବ୍ୟୁରୋ: ମୁଣ୍ଡଳୀ ନିକଟ ମହାନଦୀରେ ଫସିଥିବା ଦନ୍ତା ହାତୀର ମୃତ୍ୟୁ ନେଇ ବଢୁଛି ସନ୍ଦେହ । ସୋସିଆଲ ମିଡିଆରେ ପାଣିରେ ହାତୀ ଭାସୁଥିବାର ଏକ ଭିଡିଓ ଭାଇରାଲ ହେଉଛି । ତେବେ ଛୁଆ ହାତୀ ମୃତ୍ୟୁ ନେଇ ବନ ବିଭାଗ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ବନ ବିଭାଗର ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି ।

ଗତକାଲି ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଏକ ହାତୀ ଫସି ରହିଥିଲା । ଏହି ସମୟରେ ଓଡ୍ରାଫ ଟିମ ହାତୀ ଉଦ୍ଧାର ପାଇଁ ପ୍ରୟାସ କରୁଥିଲେ । ହେଲେ ହାତୀ ଉଦ୍ଧାର ବେଳେ ବୋଟଟି ବୁଡିଯାଇଥିଲା । ବୋଟରେ ଓଟିଭିର ଦୁଇ ସାମ୍ବାଦିକ ମଧ୍ୟ ରହିଥିଲେ । ଏହି ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ୍ରାଫ କର୍ମଚାରୀ ଏଯାଏଁ ନିଖୋଜ ଅଛନ୍ତି ।