ସୁନା ଋଣ ସଂସ୍ଥାରୁ ଲୁଟକୁ ନେଇ ବଢୁଛି ସନ୍ଦେହ । ଗତ ୪ ବର୍ଷ ତଳେ ଠିକ ଏହି ଢଙ୍ଗରେ ରାଉରକେଲା ଆଇଆଇଏଫଏଲରୁ ଚୋରି ହୋଇଥିଲା ୨ କୋଟି ଟଙ୍କା

212

କନକ ବ୍ୟୁରୋ : ସୁନା ଋଣ ସଂସ୍ଥାରୁ ଲୁଟକୁ ନେଇ ବଢୁଛି ସନ୍ଦେହ । କଟକ ଆଇଆଇଏଫଏଲ ଋଣ ସଂସ୍ଥାରୁ ଯେଭଳି ଲୁଟ ହୋଇଛି, ଗତ ୪ ବର୍ଷ ତଳେ ଠିକ ଏହି ଢଙ୍ଗରେ ରାଉରକେଲାର ଆଇଆଇଏଫଏଲ ଶାଖାରୁ ଚୋରି ହୋଇଥିଲା । ରାଉରକେଲା ଆଇଆଇଏଫଏଲରୁ ୨ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା । ଲୁଟ ବେଳେ ସାଇରନ ବାଜିନଥିଲା । ସିସିଟିଭି ବି ଅଚଳ ଥିବା ବେଳେ କୌଣସି ସୁରକ୍ଷା କର୍ମୀ ନଥିଲେ ।

ଏବେ ୪ ବର୍ଷ ପରେ କଟକ ଆଇଆଇଏଫଏଲରୁ ମଧ୍ୟ ସମାନ ଢଙ୍ଗରେ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ କୁ ନେଇ ସନ୍ଦେହ ବଢିଛି । କଟକରେ ବି ଲୁଟ ସମୟରେ ବାଜିନଥିଲା ସାଇରନ । ଆଉ ସିସିଟିଭି କାମ କରୁନଥିଲା । ଏବେ ପୁଲିସ ଏହି ଲୁଟ ଘଟଣାକୁ ନେଇ କଟକ ଓ କଟକ ବାହାରେ ପୁଲିସ ଛାନଭିନ୍ ଚଳାଇଥିବା ବେଳେ ଏଯାଏ ଡକାୟତିଙ୍କୁ ଧରିବାରେ ସଫଳ ହୋଇନାହିଁ ।