କନକ ବ୍ୟୁରୋ : ସୁନା ଋଣ ସଂସ୍ଥାରୁ ଲୁଟକୁ ନେଇ ବଢୁଛି ସନ୍ଦେହ । କଟକ ଆଇଆଇଏଫଏଲ ଋଣ ସଂସ୍ଥାରୁ ଯେଭଳି ଲୁଟ ହୋଇଛି, ଗତ ୪ ବର୍ଷ ତଳେ ଠିକ ଏହି ଢଙ୍ଗରେ ରାଉରକେଲାର ଆଇଆଇଏଫଏଲ ଶାଖାରୁ ଚୋରି ହୋଇଥିଲା । ରାଉରକେଲା ଆଇଆଇଏଫଏଲରୁ ୨ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା । ଲୁଟ ବେଳେ ସାଇରନ ବାଜିନଥିଲା । ସିସିଟିଭି ବି ଅଚଳ ଥିବା ବେଳେ କୌଣସି ସୁରକ୍ଷା କର୍ମୀ ନଥିଲେ ।
ଏବେ ୪ ବର୍ଷ ପରେ କଟକ ଆଇଆଇଏଫଏଲରୁ ମଧ୍ୟ ସମାନ ଢଙ୍ଗରେ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ କୁ ନେଇ ସନ୍ଦେହ ବଢିଛି । କଟକରେ ବି ଲୁଟ ସମୟରେ ବାଜିନଥିଲା ସାଇରନ । ଆଉ ସିସିଟିଭି କାମ କରୁନଥିଲା । ଏବେ ପୁଲିସ ଏହି ଲୁଟ ଘଟଣାକୁ ନେଇ କଟକ ଓ କଟକ ବାହାରେ ପୁଲିସ ଛାନଭିନ୍ ଚଳାଇଥିବା ବେଳେ ଏଯାଏ ଡକାୟତିଙ୍କୁ ଧରିବାରେ ସଫଳ ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/EnKqWHmVgAAWtHk.jpg)