ରାଉରକେଲା : କୋଅପରେଟିଭ୍ କଲୋନୀର ବହୁଚର୍ଚ୍ଚିତ ମାଇଁ-ଭାଣିଜୀ ହତ୍ୟା ଘଟଣାର ପର୍ଦ୍ଦାଫାଶ

41

କନକ ବ୍ୟୁରୋ : ରାଉରକେଲା କଳିଙ୍ଗବିହାର ସ୍ଥିତ କୋଅପରେଟିଭ୍ କଲୋନୀର ବହୁଚର୍ଚ୍ଚିତ ମାଇଁ-ଭାଣିଜୀ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅଭିଯୁକ୍ତ ବ୍ରଜ ସାହୁ ଆତ୍ମସମର୍ପଣ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପାରିବାରିକ ସଂପର୍କରେ ତିକ୍ତତା ଓ ସଂପତ୍ତି ବାଡି ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ନିଜ ସ୍ତ୍ରୀ ଓ ଭାଣିଜୀକୁ ହତ୍ୟା କରିବା ପରେ ଫେରାର ହୋଇଥିଲା ବୋଲି ସ୍ୱୀକାର କରିଛି ଅଭିଯୁକ୍ତ ।

ଗତ ସେପ୍ଟେମ୍ବର ୨୫ରେ ହତ୍ୟାକାଣ୍ଡ ପରେ ରାଉରକେଲା ଛେଣ୍ଡ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ହତ୍ୟାକାରୀକୁ ଧରିବାକୁ ତନାଘନା ଜାରି ରଖିଥିବା ବେଳେ ନାଟକୀୟ ଢଙ୍ଗରେ ହଠାତ୍ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ବ୍ରଜ ସାହୁ । ବ୍ରଜକୁ ପଚରା ଉଚରା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡ୍ ଓ ଛୁରୀକୁ ଜବତ କରିଛି ପୋଲିସ ।