ସମ୍ବଲପୁରରେ ଚାଂଚଲ୍ୟ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

Advertisment
ସମ୍ବଲପୁରରେ ଚାଂଚଲ୍ୟ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

source : newsx.com

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଓ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ସମ୍ବଲପୁରରେ । ସମ୍ବଲପୁରରେ ଠେଲକୋପଡାରେ ସୁଜିତ ନାଗ ନାମକ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ସୁଜିତର ମୁଣ୍ଡ, ପେଟ ଓ ଗୋଡକୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।

publive-image

ଆଜି ସକାଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଠେଲକୋପଡ଼ାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗୋଟିଏ ଗୋଷ୍ଠୀର ଯୁବକକୁ ଭୂଜାଲିରେ ହାଣି ଅପରଗୋଷ୍ଠୀର ଲୋକେ ହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ ପଡ଼ାର ଲୋକେ ଉତ୍ତ୍ୟକ୍ତ ହୋଇ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଘରୁ ଟାଣି ଆଣି ପିଟିପିଟି ହତ୍ୟା କରିଛନ୍ତି। ଏହି ଗଣ୍ଡଗୋଳରେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଠେଲକୋ ପଡ଼ାରେ ପାଣ୍ଡବ ମୁଖୀ ନାମକ ଜଣେ ଯୁବକ ବିଭିନ୍ନ ଅପରାଧିକ ମାମଳାରେ ସମ୍ପୃକ୍ତ ହେବା ସହିତ ପଡ଼ାର ଲୋକମାନଙ୍କ ଠାରୁ ଜୋର ଜବରଦସ୍ତ ଦାଦା ବଟି ଆଦାୟ କରୁଥିଲା। ଏହାକୁ ପଡ଼ାର ଅନ୍ୟ ଲୋକେ ବିରୋଧ କରୁଥିଲେ। ଏପରିକି ପୂର୍ବରୁ ଜାତୀୟ ନିରାପତ୍ତା ଆଇନ ବଳରେ ଗିରଫ ହୋଇଥିବା ପାଣ୍ଡବ ଏକ ଗୋଷ୍ଠୀ କରି ତାର ଦାଦାଗିରି ଚଳାଇଥିଲା।ଏହାକୁ ନେଇ ପାଣ୍ଡବ ଗୋଷ୍ଠୀ ଗୋଟିଏପଟେ ଥିବା ବେଳେ ପଡ଼ାର ଅନ୍ୟ ଲୋକେ ଅନ୍ୟ ଗୋଷ୍ଠୀରେ ସାମିଲ ହୋଇ ଯାଇଥିଲେ। ଆଜି ସକାଳ ୮ଟା ବେଳେ ପାଣ୍ଡବ ଗୋଷ୍ଠୀକୁ ବିରୋଧ କରୁଥିବା ସୁଜିତ ନାଗ(୨୫ ବର୍ଷ) ନାମକ ଜଣେ ଯୁବକ ଯାଉଥିବା ବେଳେ ତାଙ୍କୁ ଅଟକାଇ ପାଣ୍ଡବ ମୁଖୀ ଗୋଷ୍ଠୀର ଲୋକ ଭୁଜାଲୀରେ ହାଣି ଦେଇଥିଲେ। ଗୁରତର ଅବସ୍ଥାରେ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ଶ୍ରୀ ନାଗଙ୍କୁ ମୃତ ଘୋଷଣା କରିଥିଲେ। ସୁଜିତଙ୍କ ମୃତ୍ୟ ଖବର ପଡ଼ାରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା।ଏହାକୁ ବିରୋଧ କରି ପଡ଼ାଲୋକେ ପାଣ୍ଡବ ମୁଖୀର ଘରେ ନିଆଁ ଲଗାଇ ଦେଇଥିଲେ। ଏପରିକି ପାଣ୍ଡବ ଗୋଷ୍ଠୀର ଜଣେ ଯୁବକ ଗାଁ ଲୋକଙ୍କୁ ଏହି ଘଟଣାପାଇଁ ଧମକ ଚମକ ଦେବାରୁ ଗାଁ ଲୋକେ ତାକୁ ଘରୁ ଟାଣି ଆଣି ପିଟିପିଟି ମାରି ଦେଇଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହାକୁ ନେଇ ସମଗ୍ର ଠେଲକୋପଡ଼ାରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe