କେନ୍ଦୁଝର ଚମ୍ପୁଆ ଥାନା ଅଂଚଳରେ ଡବଲମର୍ଡର : ଶୋଇଥିବା ବେଳେ ୭ ବର୍ଷର ନାବାଳିକା ଓ ମାଙ୍କୁ ଗଳାକାଟି ହତ୍ୟା; କାରଣ ଅସ୍ପଷ୍ଟ, ଏକ ମାମଲାରେ ମୃତ ମହିଳାଙ୍କ ସ୍ୱାମୀ ଅଛନ୍ତି ଜେଲରେ

277

କନକ ବ୍ୟୁରୋ : ଶୋଇଥିବା ବେଳେ ମା, ଝିଅଙ୍କୁ ଗଳାକାଟି ନିର୍ମମ ହତ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଶଙ୍କରପୁର ଧଳାଡିହି ସାହିରେ ଘଟିଛି ଏହି ଡବଲ ମର୍ଡର । ରାତିରେ ଶୋଇଥିବା ବେଳେ ୭ ବର୍ଷ ଝିଅ ଓ ମାଆଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ । ମୃତ ମହିଳା ହେଉଛନ୍ତି ଧଳାଡିହି ସାହିର ସରସ୍ୱତୀ ମୁଣ୍ଡା ।

ହତ୍ୟାକାଣ୍ଡ ଖବର ପାଇ ଚମ୍ପୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ସରସ୍ୱତୀ ମୁଣ୍ଡାଙ୍କ ସ୍ୱାମୀ ଏକ ମାମଲାରେ ଏବେ ଜେଲରେ ଅଛନ୍ତି । ତେବେ ଘରେ ଥିବା ମା ଓ ଝିଅଙ୍କୁ କିଏ, କାହିଁକି ହତ୍ୟା କଲା ଜଣାପଡିନାହିଁ ।