ରାଜଧାନୀରେ ଲୋମଟାଙ୍କୁରା ଡବଲ୍ ମର୍ଡର : ଟ୍ରେଡ଼ିଂ ମୋହରେ ଦେବାଳିଆ ହେଲେ, ପରିବାରକୁ ମାରିଦେଲେ; ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍ ମେସେଜ୍

1,041

କନକ ବ୍ୟୁରୋ : ଟ୍ରେଡିଂ କେତେବେଳେ କାହାକୁ ମାଲାମାଲ କରିଦିଏ ତ କେତେବେଳେ ତଳିତଳାନ୍ତ । ଦୀପାବଳି ସମୟ ସେୟାର ମାର୍କେଟର ନୂଆ ବର୍ଷ । ଏହି ସମୟରେ ଅନେକ ଲୋକ ନୂଆ କରି ସେୟାପମାର୍କେଟରେ ନିବେଶ ପାଇଁ ଚିନ୍ତା କରୁଥିବା ବେଳେ ଭୁବନେଶ୍ୱରର ଏହା ଗୋଟିଏ ପରିବାରକୁ ଛାରଖାର କରିଦେଇଛି । ସେୟାର ମାର୍କେଟରେ ଟଙ୍କା ଲଗାଇ ଦେବାଳିଆ ହେବା ପରେ ସ୍ତ୍ରୀ ଓ ପୁଅକୁ ମାରିଦେଇଛନ୍ତି ଜଣେ ବ୍ୟକ୍ତି । ଅବନି ମଂଗରାଜ ନାମକ ଜଣେ ବ୍ୟକ୍ତି ଟ୍ରେଡିଂରେ ଅନେକ ଦିନ ଧରି ଟଙ୍କା ଲଗାଇଆସୁଥିଲେ ।

ଅବନି ନିଜର ସବୁଟଙ୍କା ଲଗାଇବା ପରେ ଦେବାଳିଆ ହୋଇଗଲେ । ଆର୍ଥିକ ସମସ୍ୟା ଯୋଗୁଁ ଚାପରେ ଥିଲେ ଅବନି । ଅଧିକ ଚାପଗ୍ରସ୍ତ ହୋଇ ନିଜ ପରିବାରକୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଶେଷ ଉପାୟ ବୋଲି ବାଛିନେଇଥିଲେ ଅବନି । ରାତିରେ ଖାଇବାରେ ନିଦ ଔଷଧ ମିଶାଇ ନିଜ ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ଦେଇଥିଲେ । ରାତି ୩ଟା ବେଳେ ଶୋଇଥିବା ଅବସରରେ ନିଜ ପୁଅ ଓ ସ୍ତ୍ରୀକୁ ଓଢଣୀ ସାହାଯ୍ୟରେ ତଂଟି ଚିପି ହତ୍ୟା କରିଥିଲେ ଅବନି । ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଛୁରି ସାହାଯ୍ୟରେ ହାତ କାଟିଥିଲେ ବି , ଆତ୍ମହତ୍ୟା କରିବାକୁ ବିଫଳ ହୋଇଥିଲେ ସେ । କିଛି ଉପାୟ ନ ପାଇ ପରେ ସେ ଘର ପାଖରେ ବୁଲୁଥିବା ସମୟରେ ଗତକାଲି ସନ୍ଧ୍ୟା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି ।

ଛବି ୭୩୨୭୦….. ଗଜି ୯୮୫୩୮…..। ମା’ ଛୁଆ କୁ ମାରି ଦେଇଛି । କେ୪-୩୩୪ । ନନାକୁ ପଇସା ପଠାଇଛି ।’ ସୋମବାର ରାତି ପ୍ରାୟ ୩ଟାରେ ବାବି ନିଜ ପତ୍ନୀ ଓ ପୁଅକୁ ହତ୍ୟା କରିଥିଲା । ଏହାର ୧୨ଘଣ୍ଟା ପରେ ଅର୍ଥାତ୍ ମଙ୍ଗଳବାର ଅପରାହ୍‌ଣ ୩ଟା ୧୭ରେ ବଡ଼ ଶଳା ସୁମନ୍ତ ପ୍ରଧାନ ଓ ମଳାଶୁର ନାରାୟଣ ପ୍ରଧାନଙ୍କୁ ହ୍ବାଟ୍ସଆପ୍‌ରେ ଏହିଭଳି କିଛି ମେସେଜ୍‌ ପଠାଇଥିଲା ବାବି। ଏହି ମେସେଜ୍‌ରୁ ସ୍ପଷ୍ଟ ଜଣାପଡ଼ିଛି, ସେ ହିଁ ହତ୍ୟାକାରୀ । ପତ୍ନୀ ଓ ପୁଅକୁ ସେ ରହୁଥିବା ଭଡ଼ାଘରେ ଅର୍ଥାତ୍ କେ୪-୩୩୪ରେ ହତ୍ୟା କରିଛି । ମାତ୍ର ହତ୍ୟା ପରେ ବଡ଼ଶଳା ଓ ମଳାଶୁରକୁ ବାବି କାହିଁକି ହତ୍ୟା ସଂପର୍କରେ ଜଣାଇଥିଲା ? ମେସେଜ୍‌ରେ ଉଲ୍ଲେଖ ଥିବା ଛବି ଓ ଗାଜିଙ୍କ ସହିତ ବାବିର ସଂପର୍କ କ’ଣ ? ନନାକୁ ବାବି କାହିଁକି ଓ କେତେ ଟଙ୍କା ପଠାଇଛି ?

ସୂଚନା ମୁତାବକ, ବାବି ସ୍ତ୍ରୀ ଓ ପୁଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥାନ୍ତା। ମାତ୍ର ହାତ କାଟି ଆତ୍ମହତ୍ୟା କରିବାରେ ବିଫଳ ହେବାରୁ ସେ ଆଜି ଭୋର୍‌ରୁ ଘରୁ ବାହାରି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିଥିଲା । ଏହା ପରେ ଘରେ ଥିବା ସୁନା ନେଇ ଏକ ଘରୋଇ ବ୍ୟାଙ୍କ୍‌ରେ ବନ୍ଧା ପକାଇ କିଛି ଟଙ୍କା ଋଣ ଆଣିଥିଲା । ଏହା ପରେ ଉକ୍ତ ଟଙ୍କାକୁ ସ୍ବର୍ଣ୍ଣଲତାଙ୍କ ବଡ଼ଭାଇଙ୍କ ଆକାଉଣ୍ଟକୁ ଶେଷକୃତ୍ୟ ଓ ଶୁଦ୍ଧିକ୍ରିୟା ନିମନ୍ତେ ପଠାଇଥିଲା । ଆଉ ଏହି ମେସେଜ୍ ପଠାଇବାର କେଇ ଘଣ୍ଟା ପରେ ଉଭୟ ଘଟଣାସ୍ଥଳରେ ପହଞ୍ଚି ହତବାକ୍ ହୋଇ ଯାଇଥିଲେ। ଅନ୍ୟପକ୍ଷରେ ଖବର ପାଇ ପୁଲିସ ହତ୍ୟାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।