ଭୁବନେଶ୍ୱରରେ ଡବଲ ମର୍ଡର: ସ୍ତ୍ରୀ-ପୁଅକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଥିବା ସନ୍ଦେହ

183

କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗନଗରରେ ଡବଲ ମର୍ଡର । ଘର ଭିତରେ ମା-ପୁଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ହେଲେ ସ୍ତ୍ରୀ-ପୁଅକୁ ସ୍ୱାମୀ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ତମାଣ୍ଡୋ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

କଳିଙ୍ଗନଗରରରୁ ଏକ ଘର ଭିତରେ ୧୦ ବର୍ଷ ପୁଅ ଓ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିବା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ତେବେ ସ୍ତ୍ରୀ-ପୁଅକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।