ବାଙ୍କୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ ଦୁର୍ବୃତ୍ତ । ରାଜନୈତିକ ଶତ୍ରୁତାରୁ ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ

ବାଙ୍କୀ ହତ୍ୟାକାଣ୍ଡର ବର୍ବରଚିତ କାହାଣୀ...ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ, କେମିତି ଭଗବାନଙ୍କୁ ମାରିବା ପାଇଁ ମୃତ୍ୟୁର ଜାଲ ବିଛାଇଥିଲେ ୧୦ରୁ ଅଧିକ ଦୁର୍ବୃତ୍ତ

କନକ ବ୍ୟୁରୋ: ବାଙ୍କୀରେ ଡବଲ ମର୍ଡର । ଖଜୁରୀପଦା ନୂଆଗାଁରେ ଭୟଙ୍କର ହତ୍ୟାକାଣ୍ଡ । ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ ଦୁର୍ବୃତ୍ତ । ଭୁଜାଲୀ ଏବଂ ଟାଙ୍ଗିଆରେ ରାସ୍ତା ମଝିରେ ଦୁହିଁଙ୍କୁ ହାଣିଦେଲେ ।

ତେବେ ଆକ୍ରମଣ ପରେ ଦୁହିଁଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ନୂଆଗାଁ ଅଂଚଳରେ ଏଭଲି ନିର୍ମମ ହତ୍ୟାକାଣ୍ଡ ହୋଇଥିବା ବେଳେ ଜଘନ୍ୟ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି ।

publive-image

ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂ ପଞ୍ଚାୟତ ଅଫିସରୁ ମିଟିଂ ସାରି ଫେରୁଥିଲେ । ଆଉ ଫେରିବା ବାଟରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି ।

ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ କଣ ପାଇଁ ଏ ଛାତିଥରା ହତ୍ୟା ହେଲା ତାର ଖୋଳତାଡ କରି ଦୋଷୀଙ୍କୁ ଧରାଯାଉ ବୋଲି ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe