ରେଢାଖୋଲରେ ଡବଲ ମର୍ଡର ; ଘରେ ପଶି ଦମ୍ପତ୍ତିଙ୍କୁ ଭୁଜାଲିରେ ହାଣି ବିଭତ୍ସ ହତ୍ୟା

Advertisment
ରେଢାଖୋଲରେ ଡବଲ ମର୍ଡର ; ଘରେ ପଶି ଦମ୍ପତ୍ତିଙ୍କୁ ଭୁଜାଲିରେ ହାଣି ବିଭତ୍ସ ହତ୍ୟା

କନକ ବ୍ୟୁରୋ: ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପାଣ୍ଡ୍ରିଶିଳା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତକ ଦୁଇ ଜଣ ହେଲେ ପାଣ୍ଡ୍ରିଶିଳା ଗାଁର ସ୍ୱାମୀ ସ୍ତ୍ରୀ ଆଭାରମ କୁଜୁର ଓ କୁଆଁରୀ କୁଜୁର ।

ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଭୁଜାଲିରେ ହାଣି ହତ୍ୟା କରିଛି । ବିଳମ୍ବିତ ରାତି ୧୦ଟାରେ ଭୁଜାଲିରେ ହାଣି ଅଭିଯୁକ୍ତ ଫେରାର ହୋଇଯାଇଛି । ପ୍ରଥମେ ସ୍ୱାମୀଙ୍କୁ ହାଣିବା ପରେ ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କରିଥିଲା ଅଭିଯୁକ୍ତ । କୁଆଁରୀ କୁଜୁର ଚିତ୍କାର କରିବାରୁ ଦୌଡ଼ି ଆସିଥିଲେ ପରିବାର ଲୋକ । ପରିବାର ଲୋକ ଆସିଲା ବେଳକୁ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ପରିବାର ଲୋକ କୁଆଁରୀଙ୍କ ଭିଣୋଇ ଉପରେ ସନ୍ଦେହ କରୁଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ କୁଆଁରୀ ଘରକୁ ବାରମ୍ବାର ଆସି ତାଙ୍କ ଭିଣୋଇ ଝଗଡା କରୁଥିଲେ । ଘଟଣା ସ୍ଥଳରେ ରେଢ଼ାଖୋଲ ଆଇଆଇସି ସବିତା ଲତା ସେଠି ଓ ଏସଡିପିଓ ପ୍ରଶାନ୍ତ କୁମାର ମେହେର ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe