କେନ୍ଦୁଝରରେ ଡବଲ ମର୍ଡର । ହାଟରୁ ଫେରିବା ବେଳେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା, ୭ ଦିନ ପରେ ମାଟିତଳୁ ମିଳିଲା ମୃତଦେହ ।

1,617

କନକ ବ୍ୟୁରୋ : କେନ୍ଦୁଝରରେ ଅଭାବନୀୟ ଘଟଣା । ଝୁମ୍ପୁରାରେ ଡବଲ ମର୍ଡର । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ପାଟବିିଲରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା । ମିଳିଥିବା ସୂଚନା ଅନୁସାରେ, ହାଟରୁ ଫେରୁଥିବା ବେଳେ ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଦୀର୍ଘ ୭ ଦିନ ପରେ ଆଜି ମାଟିତଳୁ ଶବ ଉଦ୍ଧାର କରିଛି ପୋଲିସ ।

ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କିଏ କାହିଁକି ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲା, ସେନେଇ କିଛି ସୁରାକ ମିଳିନାହିଁ । ତେବେ ପୋଲିସ ନିଜ ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଦମ୍ପତତ୍ତିଙ୍କ ପୁଅ ।