ରାଜଧାନୀରେ କଡାକଡି ହେଉଛି ଡବଲ ହେଲମେଟ ଚେକିଂ : ବିଭିନ୍ନ ଛକରେ ପୋଲିସର ଧରପଗଡ

ଡବଲ ହେଲମଟ ପିନ୍ଧିନଥିବା ଯାତ୍ରୀଙ୍କୁ ଅଟକାଇ ମୋଟା ଅଙ୍କର ଫାଇନ ଆଦାୟ

838

କନକ ବ୍ୟୁରୋ : ରାଜଧାନୀରେ କଡାକଡି ଆରମ୍ଭ ହୋଇଛି ହେଲମେଟ ଚେକିଂ । ବିଭିନ୍ନ ସ୍ଥାନରେ ପୁଲିସ ଡବଲ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ଅଟକାଉଛନ୍ତି । ଯେଉଁ ଗାଡିରେ ଦୁଇ ଜଣ ଯାଉଛନ୍ତି, ଆଉ ଦୁଇଜଣ ହେଲମେଟ ପିନ୍ଧିନାହାନ୍ତି ସେମାନଙ୍କୁ ଅଟକାଇ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଅନେକ ସଚେତନ ହୋଇ ଡବଲ ହେଲମେଟ ପିନ୍ଧିଯାଉଥିବା ବେଳେ ନିୟମ ଉଂଲଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରାଯାଉଛି ।

ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ । ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ । ତେବେ ଅନ୍ୟାନ୍ୟ କାଗଜପତ୍ର ଯାଂଚ ଅବଧିକୁ ସରକାର ଘୁଂଚାଇ ଦେଇଛନ୍ତି ।