ନୂଆ ବର୍ଷରେ ନୂଆ ନିୟମ । ଭୁବନେଶ୍ୱରରେ ଜୋରଦାର ହେଲା ଡବଲ ହେଲମେଟ ଚେକିଂ ।

228

କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ, ମୋଟର ସାଇକେଲ ଚାଳକ ପାଇଁ ଏକ ନୂଆ ଅଭ୍ୟାସ ଆଣିବାକୁ ବାଧ୍ୟ କରିଛି । ମୋଟର ସାଇକେଲ ଚଳାଉଥିଲେ ଏବଂ ପଛରେ କିଏ ସହଯାତ୍ରୀଙ୍କୁ ବସାଇଥିଲେ, ଉଭୟ ଚାଳକ ଏବଂ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ମାଧ୍ୟତାମୁଳକ । ଏହି ନିୟମ ଭୁବନେଶ୍ୱରରେ ଏବେ କଡ଼ାକଡ଼ି ହୋଇଛି । କିଛି ବାଇକ୍ ଚାଳକ ନିୟମ ମାନି ଡବଲ ହେଲମେଟ୍ ପରିଧାନ କରୁଛନ୍ତି, ଆଉ କିଛି ବାହାନା ଖୋଜୁଛନ୍ତି ।

ନୂଆ ବର୍ଷର ପ୍ରଥମ ଦିନରେ ବାଇକ ଚାଳକ ମାନଙ୍କୁ ସଚେତନତା ଉର୍ଦ୍ଦେଶ୍ୟରେ ଛାଡ଼ି ଦେଇଥିବା ବେଳେ ଦ୍ୱିତୀୟ ଦିନରେ କିନ୍ତୁ କଟକଣା କଡ଼ାକଡ଼ି ହୋଇଛି । ରାଜଧାନୀ ଭୁବନେଶ୍ୱରରର ଜୟଦେବ ବିହାର, ରାଜମହଲ ଛକ, ଏଜି ଛକ ଏବଂ ଲିଙ୍ଗପୁର ଟ୍ରାଫିକ ଛକରେ କଡା ଚେକିଂ ହୋଇଛି । ଏମିତି କି ନିୟମ ଉଲଂଘନ କରୁଥିବା କିିଛି ବାଇକ୍ ଚାଳକଙ୍କୁ ଫାଇନ୍ ମଧ୍ୟ କରାଯାଇଛି ।

କରୋନା କାରଣରୁ ଗାଡ଼ିକାଗଜ ପତ୍ର ପାଇଁ ସମୟ ସୀମା ବଢ଼ାଯାଇଛି । ହେଲେ ବାଇକ୍ରେ ଦୁଇ ଜଣ ଯାତ୍ରା କରୁଥିଲେ ଡବଲ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏହି ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି ।