ଦିଲ୍ଲୀରେ ଓଡିଶାର ସ୍ୱର ଉଠୁଛି ତ? ଉତ୍ତରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ କହିଲେ ‘ଡବଲ ଇଞ୍ଜିନ୍ ସରକାର ସବୁଠୁ ଭଲ’

120

କନକ ବ୍ୟୁରୋ: ଦିଲ୍ଲୀରେ ଓଡିଶାର ସ୍ୱର ଠିକ ଭାବେ ଉଠିପାରୁଛି ତ ? ଓଡ଼ିଶା ନିର୍ମାଣ କନକ୍ଲେଭ -୨୦୨୨ରେ ଏନେଇ ପ୍ରଶ୍ନ କରିବାରୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ଯେ, ‘ରାଜ୍ୟରୁ ଯାଇଥିବା ଲୋକ ପ୍ରତିନିଧିଙ୍କ ପ୍ରଶ୍ନକୁ ସଂସଦରେ ଶାସନରେ ଥିବା ସମ୍ପୃକ୍ତ ମନ୍ତ୍ରୀ ଭଲ ଭାବେ ଶୁଣିବା ସହ ସେ ବାଦରେ ଉଚିତ୍ ଉତ୍ତର ରଖୁଛନ୍ତି । ଏହାସହ ତାକୁ ପୂରଣ କରିବାକୁ ଚେଷ୍ଟା କରନ୍ତି । ହେଲେ ଏଥିପାଇଁ ତାଙ୍କୁ ବିଭିନ୍ନ ପର୍ଯ୍ୟାୟ ଅନୁସରଣ କରିବାକୁ ପଡେ’ ।

ତେବେ ଉଭୟ ସ୍ତରରେ କିପରି ଶାସନ ଭଲ ଭାବରେ ଚାଲିପାରିବ ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ମନ୍ତ୍ରୀ ଟୁଡୁ କହିଲେ, ‘ପ୍ରକୃତରେ ଡବଲ ଇଞ୍ଜିନ୍ ସରକାର ଭଲ । ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର ରହିଲେ ରାଜ୍ୟର ଭଲ ବିକାଶ ହୋଇପାରିବ’ ।