କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷ ମ୍ୟାଚରେ ଗର୍ଜିଲା ଇଶାନ କିଷନଙ୍କ ବ୍ୟାଟ୍ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଇଶାନଙ୍କ ବିସ୍ଫୋରକ ଦ୍ୱିଶତକ । ଇଶାନଙ୍କ ୧୩୧ ବଲରୁ ୨୧୦ ରନର ଇନିଂସ ସହ ବିଶାଳ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ । ଗୋଟିଏ ପଟେ ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅନ୍ୟପଟେ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ୩୬ ଓଭର ଶେଷ ସୁଦ୍ଧା ୨ ୱିକେଟ ହରାଇ ୩୦୬ ରନ କରିଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଭାରତୀୟ ବ୍ୟାଟର । ପ୍ରଥମରୁ ଭାରତ ଶିଖର ଧୱନଙ୍କ ୱିକେଟ ହରାଇଥିଲେ ମଧ୍ୟ ପରେ ଇଶାନ ଓ କୋହଲିଙ୍କ ଦମଦାର ପାର୍ଟନରସିପ ବଳରେ ବିଶାଳ ସ୍କୋର ଅଭିମୁଖେ ବଢୁଛି ଟିମ୍ ଇଣ୍ଡିଆ ।

Advertisment

ତୃତୀୟ ଦିନିକିଆରେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଅଧିନାୟକ ଭାର ସମ୍ଭାଳିଥିବା ବେଳେ କୁଳଦୀପ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ସେହିଭଳି ଇଶାନ କିଷାନଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ଓପନିଂ ଖେଳି ଦ୍ୱିଶତକ ହାସଲ କରିବାରେ ସେ ସକ୍ଷମ ହୋଇଛନ୍ତି ।