କନକ ବ୍ୟୁରୋ: ସୁନ୍ଦରଗଡ଼ ଲହୁଣୀପଡ଼ା ରାଜାମୁଣ୍ଡା ବାଇପାସରେ ମର୍ମନ୍ତୁଦ ଦୁଘଟଣା । ସ୍କୁଟିକୁ ଧକ୍କା ଦେଇଛି ଟ୍ରକ୍ । ସ୍କୁଟିକୁ ଏତେ ଜୋରରେ ଟ୍ରାକ୍୍ ଧକ୍କା ଦେଇଛି ଯେ, ଟ୍ରକ୍ ଉପରେ ଲାଗି ରହିଛି ସ୍କୁଟି । ଏହି ଘଟଣାରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ମୃତମାନେ ଲହଙ୍ଗାପଡ଼ା ଗାଁର ବୋଲି ଜଣାପଡ଼ିଛି । ଗତକାଲି ପ୍ରାୟ ରାତି ୩ଟା ବେଳେ ୪ ଜଣ କିନ୍ନର ଗୋଟିଏ ସ୍କୁଟିରେ ଯାଉଥିବା ବେଳେ ଏହି ଘଟଣା ଘଟିଛି ।

Advertisment

ଅନ୍ୟପଟେ ଶାଶୂ ମା’ଙ୍କ ଶ୍ରଦ୍ଧ ପାଇଁ ଶ୍ୱଶୁରଘରକୁ ଯାଉଥିବା ବେଳେ ହାତଗୋଡ଼ ହରାଇଲେ ଝିଅ, ଜ୍ୱାଇଁ । ବାଲେଶ୍ୱର ଜିଲ୍ଳା ଭୋଗରାଇ ଥାନା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ଅବସ୍ଥାରେ ଜଳେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ, ଭୋଗରାଇ ରସଲପୁର ଗାଁର ଅଚିନ୍ତା ଦାସ ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ ସ୍କୁଟିରେ ଯାଉଥିବା ସମୟରେ ପଛପଟୁ ଡମ୍ଫର ଧକ୍କା ଦେଇଥିଲା । ଏହି ଘଟଣାରେ ସ୍ୱାମୀଙ୍କ ବାମ ହାତ କଟି ଯାଇଥିବାବେଳେ ସ୍ତ୍ରୀଙ୍କର ଦୁଇଟି ଗୋଡ଼ କଟିଯାଇଛି । ବର୍ତମାନ ଉଭୟ ଗୁରୁତରଙ୍କ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।