ଡଟ୍ ଫେଷ୍ଟର ନବମ ସନ୍ଧ୍ୟା : ‘ଲଣ୍ଡନ ଠୁମକା’ ଗୀତର ତାଳେ ତାଳେ ନାଚିଲେ ଦର୍ଶକ

Advertisment
ଡଟ୍ ଫେଷ୍ଟର ନବମ ସନ୍ଧ୍ୟା : ‘ଲଣ୍ଡନ ଠୁମକା’ ଗୀତର ତାଳେ ତାଳେ ନାଚିଲେ ଦର୍ଶକ

କନକ ବ୍ୟୁରୋ : ବଲିଉଡ ଗୀତର ମଜା ନେଲେ ବିଦେଶୀ ପର୍ଯ୍ୟଟକ । ‘ଲଣ୍ଡନ ଠୁମକା’ ଗୀତର ତାଳେ ତାଳେ ନାଚିଲେ ଦର୍ଶକ । ଷ୍ଟେଜରେ କଣ୍ଠଶିଳ୍ପୀ ଶ୍ରୀନିଧିଙ୍କ ସହ ଦୁଇ ଭାଇ ସିର୍ଦ୍ଧାର୍ଥ ମହାଦେବନ ଏବଂ ଶିବମ ମହାଦେବନଙ୍କ ଗୀତ ଦର୍ଶକଙ୍କୁ ବିଭୋର କରିଦେଇଥିଲା । ଡଟ୍ ଫେଷ୍ଟର ନବମ ସନ୍ଧ୍ୟାରେ ବଲିଉଡ ଗୀତ ପରିବେଶରେ ମନୋରଞ୍ଜର ଖୁରାକ ଯୋଗାଇଥିଲା ।

ପ୍ରଥମେ ଷ୍ଟେଜକୁ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓଡ଼ିଆ ଓ ସମ୍ବଲପୁରୀ ଗୀତ ଗାଇଥିଲେ । ପରେ ମଞ୍ଚକୁ ଓହ୍ଲାଇଥିଲେ ଉଭୟ ସିଦ୍ଧାର୍ଥ ଓ ଶିବମ୍ । ଉଭୟ ଯୁଗଳବନ୍ଦୀରେ ଗୀତ ଗାଇଥିଲେ । ଏମାନଙ୍କ ଗୀତରେ ସାମିଲ ହୋଇଥିଲେ ଶ୍ରୀନିଧି । ତିନି ଜଣ ଏକାଠି ଅନେକ ବଲିଉଡ୍ ଡ୍ୟାନ୍ସ ଫର୍ମ, ରେଟ୍ରୋ ଓ ରୋମାଣ୍ଟିକ ଗୀତ ଗାଇଥିଲେ । ଦର୍ଶକଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ଆରମ୍ଭରୁ ଶେ‌ଷ ଯାଏଁ କେବଳ ନାଚ ହିଁ ନାଚ।। ପୂରା ଲଣ୍ଡନ୍‌ ଠୁମକ୍‌ଦା, କେ ଘୁଙ୍ଗୁରୁ ଟୁଟ୍‌ଗୟେ, ପରମ୍‌ ପରମ୍‌ ପରମ୍‌ ସୁନ୍ଦରୀ, ଦେଖା ନା ହାଏରେ ଶୋଚାନା, ବଚନା ଏ ହସିନୋ, ଉଲ୍ଲାଲା ଉଲ୍ଲାଲା, ଦମ୍‌ ମାରୋ ଦମ୍‌ ଭଳି ଗୋଟିଏ ପରେ ଗୋଟିଏ ଡାନ୍‌ସ୍‌ ଧମାକା ଆଜି ପ୍ରଦର୍ଶନୀ ପଡ଼ିଆକୁ ଦୁଲୁକାଇ ଦେଇଥିଲା । ମଞ୍ଚରେ ଏଭଳି ଗୀତ ପରିବେଷଣ କରିଥିଲେ ମହାଦେବନ୍‌ ବ୍ରଦର୍ସ ସିଦ୍ଧାର୍ଥ ମହାଦେବନ୍‌ ଓ ଶିବମ୍‌ ମହାଦେବନ୍‌ ଏବଂ ଶ୍ରୀନିଧି ଘଟାଟେ । ଗୋଟିଏ ହେଲେ ଧିମା ଗୀତ ସେମାନଙ୍କ ତାଲିକାରେ ନଥିଲା ।

publive-image

ଦର୍ଶକଙ୍କୁ ନଚାଇବେ ଯେମିତି ସେମାନେ ପଣ କରି ଆସିଥିଲେ। ଦର୍ଶକ ବି ପୂର୍ବରୁ ପ୍ରସ୍ତୁତ ଥିଲେ ଯେମିତି । କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହି ନଥିଲେ। ବିଦେଶୀ ଦର୍ଶକ ଗୀତ ବୁଝୁ ନଥିଲେ ବି ନାଚିବାରେ ଲାଗିିଥିଲେ । ‘ଜିନ୍ଦା ହୈ ତୋ’ରୁ ଗୀତ ଆରମ୍ଭ ହୋଇଥିଲା । ଏହା ପରେ ଦିଲ୍‌ ଚାହାତା ହୈ, ଅଗର ତୁମ୍‌ ସାଥ୍‌ ହୋ ଭଳି ଡାନ୍ସ ଧମାକା ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା ।

ଶ୍ରୀନିଧି ଘଟାଟେ ବି କିଛି କମ୍‌ ନଥିଲେ। ଦର୍ଶକଙ୍କ ମୁଡ୍‌କୁ ପରଖି ନେଇଥିଲେ। ଆଉ ଡାନ୍ସ ଧମାକାରୁ ହିଁ ଗୀତ ଆରମ୍ଭ କରି ଡାନ୍ସ ଧମାକାରେ ହିଁ ଶେଷ ହୋଇଥିଲା। ତାଙ୍କର ହମ୍ମା ହମ୍ମା ଗୀତକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତା’ ସହ ପଞ୍ଜାବୀ ତଡ଼୍‌କା ହାଏରେ ହାଏ ନଖରା ତେରା ନି, ସାୱନ୍‌ ମେଁ ଲଗ୍‌ଗୟି ଆଗ୍‌, ତାରେ ଗିନ୍‌ ଗିନ୍‌, ମେଁ ତେନୁ ସୁଡ଼୍‌ ସୁଡ଼୍‌ କରଦା, କେଶରିୟା, ତୁ ଚିଜ୍‌ ବଡ଼ି ହୈ ମସ୍ତ ମସ୍ତ, ନଶେ ସି ଚଢଗୟି ଓୟେ ପ୍ରଭୃତିରେ ଦର୍ଶକ ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌, ତାଳି, ହ୍ବିସିଲ୍‌ରେ ଓ ନାଚରେ ଆନନ୍ଦ ବ୍ୟକ୍ତ କରିଥିଲେ। ଆଗକୁ ସାଧାରଣତନ୍ତ୍ର ଦିବସ ଥିବାରୁ ଦେଶଭକ୍ତି ଗୀତ ‘ସୁନୋ ଗୌର୍‌ସେ ଦୁନିଆୱାଲୋ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe