କେଶ ଝଡ଼ିବାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କିଛି ଘରୋଇ ଉପଚାର ବିଷୟରେ

377

କନକ ବ୍ୟୁରୋ : ଏବେ ପ୍ରାୟ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ଦେଖା ଦେଲାଣି । କେବଳ ଝଡ଼ିବା ନୁହେଁ ବରଂ କେଶ ପତଳା ହେବା ସହ ଅକାଳରେ ପାଚି ଯାଉଛି । ଏ ସବୁ ସମସ୍ୟା ଏତେ ଜୋର୍‌ରେ ବଢ଼ି ଚାଲୁଛି, ଯାହାର ସମାଧାନ ଅତି କଷ୍ଟକର ମନେ ହେଉଛି । ଏ ସମସ୍ୟାର ମୁଖ୍ୟ କାରଣ ହେଲା – ପ୍ରଦୂଷଣ, ଷ୍ଟ୍ରେସ୍‌, ଠିକ୍‌ ଖାଦ୍ୟ ନ ଖାଇବା, ବେଳେ ବେଳେ ସମ୍ପୂର୍ଣ୍ଣ ନିଦରେ ନ ଶୋଇବା । ଜାଣନ୍ତୁ କେତେକ ଘରୋଇ ଉପଚାର ବିଷୟରେ, ଯାହାଦ୍ୱାରା ସବୁଦିନ ପାଇଁ ଏହି ସମସ୍ୟାରୁ ମୁକୁଳି ପାରିବେ ।

ମେଥି ଓ ବସା ଦହି: ମେଥିରେ ପ୍ରୋଟିନ୍‌ ଓ ନିକୋଟାଇନିକ୍‌ ଏସିଡ୍‌ ଥାଏ, ଯାହା କେଶର ଅନେକ ସମସ୍ୟାକୁ ଭଲ କରେ ଯେମିତି କି – କେଶର ନୁଖୁରାପଣ, କେଶ ଝଡ଼ିବା ଓ କେଶ ପତଳା ହେବା। ଏଥିରେ ବହୁ ପରିମାଣର ଲେସିଥିନ୍‌ ଥାଏ ଯାହା କେଶର ରୁକ୍ଷତା ଦୂର କରେ ଓ କେଶର ମୂଳ ଅଂଶକୁ ମଜ୍‌ଭୁତ୍‌ କରେ।
ଉପାୟ: ମେଥିକୁ ରାତି ସାରା ପାଣିରେ ଭିଜାଇ ସକାଳେ ଏହାକୁ ଗ୍ରାଇଣ୍ଡ୍‌ କରି ପେଷ୍ଟ୍‍ ତିଆରି କରନ୍ତୁ ଓ ଏଥିରେ ଦୁଇ ଚାମଚ ବସା ଦହି ମିଶାନ୍ତୁ। ଏହି ମିଶ୍ରଣକୁ କେଶର ମୂଳ ଅଂଶରୁ ଆରମ୍ଭ କରି ସମ୍ପୂର୍ଣ୍ଣ କେଶରେ ଲଗାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ ଓ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

ଭୁର୍ସୁଙ୍ଗ ପତ୍ର ଓ ନଡ଼ିଆ ତେଲ: ଏଥିରେ ଭିଟାମିନ୍‌ (ବିଟା କେରୋଟିନ୍‌), ଆଇରନ୍‌, ଫସ୍‌ଫରସ୍‌, ନିକୋଥିନ୍‌ ଏସିଡ୍‌ ଓ ପ୍ରୋଟିନ୍‌ ଅଛି । ଏହା ଆପଣଙ୍କ କେଶର ମୂଳ ଅଂଶକୁ ମଜଭୁତ୍‌ କରିବା ଫଳରେ କେଶ ଝଡ଼ିବା ସମସ୍ୟା ଆଉ ରହେ ନାହିଁ । ଭୁର୍ସୁଙ୍ଗ ପତ୍ର କେଶର କୂପରେ ଜମି ରହିଥିବା ମୃତ ଚର୍ମକୋଷିକା ସବୁ ସଫା କରି ରାସ୍ତା ପରିଷ୍କାର କରିଥାଏ ।
ଉପାୟ: ଭୁର୍ସୁଙ୍ଗ ପତ୍ରକୁ ଗ୍ରାଇଣ୍ଡ୍‌ କରି ପେଷ୍ଟ୍‍ ତିଆରି କରନ୍ତୁ ଓ ଏଥିରେ ଏକ ଚାମଚ ନଡ଼ିଆ ତେଲ ମିଶାଇ କେଶର ମୂଳ ଅଂଶରୁ ଆରମ୍ଭ କରି ସମ୍ପୂର୍ଣ୍ଣ କେଶରେ ଲଗାନ୍ତୁ । ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖିଲା ପରେ ଥଣ୍ଡା ପାଣିରେ ଧୋଇପକାନ୍ତୁ । ଅଧିକ ସୁଫଳ ପାଇଁ ଆପଣ ଏହା ସହ ମେଥି ପେଷ୍ଟ୍‌ ମଧ୍ୟ ମିଶାଇ ବ୍ୟବହାର କରିପାରିବେ ।

ପିଆଜ ରସ : କେଶ ଝଡ଼ିବାର ସମସ୍ୟାକୁ ଅତି ସାଧାରଣ ଭାବେ ପିଆଜ ରସ ପ୍ରତିକାର କରିଥାଏ। ପିଆଜରେ ସଲ୍‌ଫର୍‌ ରହିଥାଏ ଯାହା କେଶକୁ ସୁସ୍ଥ କରିବାରେ ଓ ବଢ଼େଇବାରେ ଖୁବ୍‌ କାମକରେ।
ଉପାୟ : ଆପଣଙ୍କୁ କେବଳ ପିଆଜକୁ କାଟି ତା’ର ରସ ବାହାର କରି ମୁଣ୍ଡରେ (କେଶର ମୂଳ ଅଂଶରେ) ଓ କେଶରେ ସପ୍ତାହକୁ ୨ଥର ଲଗାନ୍ତୁ। ଏହା ଲଗେଇଲା ପରେ କେଶ ଧୋଇଲା ବେଳେ ପିଆଜ ଗନ୍ଧ ବାହାର କରିବା ପାଇଁ କମ୍‌ ପରିମାଣରେ ସାମ୍ପୁ ବ୍ୟବହାର କରି ପାରନ୍ତି।

ଅଁଳା ଓ ଅଣ୍ଡା: ଭାରତୀୟ ଫଳ ଅଁଳାରେ ଅନେକ ଅଦ୍ଭୁତ ଉପକାରିତା ରହିଛି। ଏହା ଆଣ୍ଟିଅକ୍‌ସିଡାଣ୍ଟ୍‌ ଓ ଭିଟାମିନ୍‌ ସି ର ଏକ ପ୍ରମୁଖ ଶୈଳୀ, ଯାହା କେଶ ବଢ଼ାଇବା ସହ ମଜବୁତ୍‌ କରେ। ଭିଟାମିନ୍‌ ସି କେଶର ବିକାଶ ପାଇଁ ମହତ୍ତ୍ୱପୂର୍ଣ୍ଣ କୋଲାଜେନ୍‌ ମଧ୍ୟ ତିଆରି କରିଥାଏ।
ଉପାୟ: ଅଧା କପ୍‌ ଅଁଳା ପାଇଡରକୁ ଗୋଟିଏ ଅଣ୍ଡା ସହ ଠିକ୍‌ ଭାବେ ମିଶାନ୍ତୁ। ଏହା ସହ ଏକ କପ୍‌ ଲେମ୍ବୁ ରସ ମିଶାଇ ପେଷ୍ଟ ତିଆରି କରନ୍ତୁ (ଲେମ୍ବୁ ରସ ଅଣ୍ଡାର ଗନ୍ଧକୁ ମଧ୍ୟ ଅଟକାଇ ଦିଏ)। ଗୋଟିଏ ବ୍ରସ୍‌ ସାହାଯ୍ୟରେ ଲଗେଇ ୪୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ କମ୍‌ ସାମ୍ପୁରେ ସଫା କରନ୍ତୁ।