କରୋନା ପାଇଁ ପିଉଛନ୍ତି କି କାଢା? ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

175

କନକ ବ୍ୟୁରୋ: ଏବେ କରୋନା ହେଉ କି ଓମିକ୍ରନ୍ ପାଇଁ ହେଉ ଅଧିକାଂଶ ଲୋକେ କାଢା ପିଇବା ଅଭ୍ୟାସ କରିସାରିଛନ୍ତି । ଯଦିଓ କିଛି ଲୋକେ ପୂର୍ବରୁ ଏହାକୁ ପିଉଥିଲେ ହେଲେ ଏବେ କରୋନା ଯୋଗୁଁ ଏହା ଅନେକଙ୍କ ଘରେ ଲୋକଙ୍କ ଅଭ୍ୟାସରେ ପଡିଯାଇଛି । କରୋନା ଥଣ୍ଡାକାଶ ଓ ତଣ୍ଟି ଦରଜରୁ ରକ୍ଷା ପାଇବା ପାଇଁ ଲୋକେ ଦୁଇ ବର୍ଷ ଭିତରେ କାଢାର ବହୁଳ ବ୍ୟବହାର କରୁଛନ୍ତି । କିନ୍ତୁ ଜାଣନ୍ତି କି? କାରଣ କାଢାର ମାତ୍ରାଧିକ ବ୍ୟବହାର ଶରୀର ପାଇଁ କେତେ କ୍ଷତିକାରକ?

ଏବେ ଇମ୍ୟୁନିଟି ବଢାଇବା ପାଇଁ କାଢା ଘରେ ଘରେ ପରିଚିତ । ପୂର୍ବରୁ କାଢା କିଛି ସୀମିତ ଲୋକଙ୍କ ଘରେ ନିର୍ଦ୍ଦିଷ୍ଟ ସମୟରେ ବ୍ୟବହାର ହେଉଥିଲା । ମାତ୍ର କୋଭିଡ ଆସିବା ପରେ ୨୦୨୦ ଠାରୁ ଏହାର ବ୍ୟବହାର ଖୁବ୍ ବଢିଯାଇଛି । ବିଶେଷଜ୍ଞଙ୍କ କହିବା କଥା ଯେ, ଏବେ କାଢାରେ ଲୋକମାନେ ଆବଶ୍ୟକଠାରୁ ଅଧିକ ଜିନିଷ ପକାଉଛନ୍ତି , ଯାହା ଆଦୌ ଠିକ୍ ନୁହେଁ । କାଢା ଦିନକୁ ମାତ୍ର ଥରେ ପିଇବା ଆବଶ୍ୟକ । ଏହାକୁ ଅଧିକ ଥର ପିଇଲେ ପେଟ ଗରମ ହେବା ସହ ଦେହ ଅସହଜ ଲାଗେ । ସେହିପରି କାଢାର ମାତ୍ରାଧିକ ବ୍ୟବହାର ଦ୍ୱାରା ଲିଭର ଓ କିଡନୀ ଉପରେ ଏହାର କ୍ଷତିକାରକ ପ୍ରଭାବ ପଡିପାରେ । ଯଦି କୌଣସି ବ୍ୟକ୍ତି ପୂର୍ବରୁ କିଛି ରୋଗର ପିଡୀତ ହୋଇଥାନ୍ତି ତେବେ କାଢା ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।