ଗଂଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଘରକୁ ଘର ଟିକାକରଣ ପ୍ରକ୍ରିୟା : ଏହି ସୁବିଧା କେବଳ ବିଏମସି ଅଂଚଳରେ ଲାଗୁ କରାଯିବ

253

କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେଲା ଘରକୁ ଘର ଟିକାକରଣ ପ୍ରକ୍ରିୟା । ଏହି ସୁବିଧା କେବଳ ବିଏମସି ଅଂଚଳରେ ଲାଗୁ କରାଯିବ । ପ୍ରତ୍ୟେକ ଅଂଚଳରେ କିଛି ଲୋକଙ୍କୁ ନେଇ ଏହି ଟିକାଦାନ କରାଯିବ । ଏହି ସେବା ପାଇଁ ଏକ ସ୍ୱତନ୍ତ୍ର ଗାଡି ପ୍ରସ୍ତୁତ କରାଯାଇଛି ।

ଏହି ଗାଡ଼ି ଘର ଘର ବୁଲି ପଂଜିକୃତ କିମ୍ବା ଟିକା ନେବା ପାଇଁ ସୂଚନା ଦେଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକା ଦେବ । ଏହାସହ ଆଜିଠୁ କରୋନା ସଚେତନତା ରଥ ବ୍ରହ୍ମପୁର ବିଏମସି ଅଂଚଳରେ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏହି ରଥକୁ କରୋନା ଭୁତାଣୁ ଭଳି ସଜାଯାଇଛି । ସହରର ସମସ୍ତ ଅଂଚଳରେ ପହଂଚି ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷାକରିବା, ସାନିଟାଇଜ କରିବା ଏବଂ ଆବଶ୍ୟକତା ନଥିଲେ ଘରୁ ନବାହାରିବା ନେଇ ଲୋକଙ୍କୁ ସଚେତନ କରିବ ଏହି ଗାଡ଼ି ।