୫୯ ବର୍ଷ ପୂର୍ବେ ଆଜିର ଦିନରେ ଆରମ୍ଭ ହୋଇଥିଲା ‘ଦୂରଦର୍ଶନ’ ! କିଛି ଏଭଳି ରହିଛି ‘ଦୂରଦର୍ଶନ’ର ଇତିହାସ ।

111

ଭାରତରେ ଟେଲିଭିଜନ୍ ଇତିହାସର କାହାଣୀ ଦୂରଦର୍ଶନ ସହ ହିଁ ଆରମ୍ଭ ହୋଇଥିଲା । ଦୂରଦର୍ଶନର ସ୍ଥାପନା ପରୀକ୍ଷାମୂଳକ ଭାବେ ଦିଲ୍ଲୀ ଠାରେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ହୋଇଥିଲା । ଆଧୁନିକ ଏବଂ ଡିଜିଟାଲ୍ ସମୟର ଏହି ସମାଜରେ ଲୋକମାନେ ଦୂରଦର୍ଶନ ସମ୍ବନ୍ଧରେ ଅଳ୍ପ ବହୁତେ ହୁଏତ ଜାଣିଥିବେ । କିନ୍ତୁ ପୁରାତନ ପିଢୀର ଲୋକମାନଙ୍କ ସହ ଦୁରଦର୍ଶନର ଅତି ନିବିଡ ସମ୍ପର୍କ ରହିଛି । ୧୯୫୯ ମସିହା ଆଜିର ଦିନରେ ସରକାରୀ ପ୍ରସାରକ ଭାବେ ଦୂରଦର୍ଶନର ସ୍ଥାପନା ହୋଇଥିଲା ।

ଛୋଟ ପରଦାରେ ଚାଲୁଥିବା କହୁଥିବା, ଫଟୋ ଦେଖାଉଥିବା, ବିଜୁଳୀରେ ଚାଲୁଥିବା ଏହି ଡବା ଲୋକମାନଙ୍କ ପାଇଁ ଅନେକ କୌତୁହଳର ବିଷୟ ଥିଲା, ଯାହା ଘରେ ଟେଲିଭିଜନ୍ ରହିଥିଲା । ଲୋକମାନେ ଦୂର ଦୂରାନ୍ତରରୁ ଏହାକୁ ଦେଖିବାକୁ ଆସୁଥିଲେ । ଛାତରେ ଲାଗିଥିବା ଟେଲିଭିଜନର ଆଣ୍ଟିନା ସମ୍ମାନ ପ୍ରତିଷ୍ଠାର ପ୍ରତୀକ ହେଉଥିଲା ଏବଂ ଦେଶର କଳା ଏବଂ ସଂସ୍କୃତି ସହ ଯୋଡି ହୋଇଥିବା କାର୍ଯ୍ୟକ୍ରମ ଏହି ସରକାରୀ ପ୍ରସାରଣ ସେବାର ଏକ ଅଭିନ୍ନ ଅଙ୍ଗ ଥିଲା ।

ଦୂରଦର୍ଶନର ଆରମ୍ଭ ସମୟରେ ଏଥିରେ କିଛି ସମୟ ପାଇଁ କାର୍ଯ୍ୟକ୍ରମର ପ୍ରସାରଣ କରାଯାଉଥିଲା । ନିୟମିତ ଦୈନିକ ପ୍ରସାରଣର ଆରମ୍ଭ ୧୯୬୫ ମସିହାରେ ଅଲ୍ ଇଣ୍ଡିଆ ରେଡିଓର ଏକ ଅଙ୍ଗ ରୂପରେ ହୋଇଥିଲା । ୧୯୭୨ ମସିହାରେ ଏହି ସେବାକୁ ମୁମ୍ବାଇ ଏବଂ ଅମୃତସର ପର୍ଯ୍ୟନ୍ତ ବିସ୍ତାରିତ କରାଯାଇଥିଲା । ଯାହାକି ଆଜି ଦେଶର ଦୂର ଦୂରାନ୍ତର ଗାଁରେ ଉପଲବ୍ଧ ଅଟେ । ରାଷ୍ଟ୍ରୀୟ ପ୍ରସାରଣର ଆରମ୍ଭ ୧୯୮୨ ମସିହାରେ କରାଯାଇଥିଲା । ଆଉ ଏହି ବର୍ଷ ହିଁ ଦୂରଦର୍ଶନର ରୂପ ରଙ୍ଗୀନ ହୋଇଯାଇଥିଲା । ଏହା ପୂର୍ବରୁ ଏହା କେବଳ ବ୍ଲାକ୍ ଆଣ୍ଡ ହ୍ୱାଇଟରେ ଉପଲବ୍ଧ ହେଉଥିଲା ।