ନିୟମଗିରିର ଆଦିମ ଜନଜାତିକୁ କରୋନା ମୁକ୍ତ କରିବା ପାଇଁ ପ୍ରଶାସନର ଉଦ୍ୟମ : ଘରକୁ ଘର ବୁଲି ଡଙ୍ଗାରିଆ କନ୍ଧଙ୍କୁ ଦିଆଯାଉଛି ଟିକା

86

କନକ ବୁରୋ : ନିୟମଗିରିର ଆଦିମ ଜନଜାତି କରୋନାରେ ଆକ୍ରାନ୍ତ ଘଟଣା ପ୍ରଶାସନର ନିଦ ହଜାଇ ଦେଇଛି । ଜିଲାର ତିନୋଟି ବ୍ଲକ ମଧ୍ୟରୁ ବିଷମକଟକ ଓ ମୁନିଗୁଡା ବ୍ଲକରେ ଡଙ୍ଗରିଆଙ୍କ ଟୀକାକରଣ ପାଇଁ ପ୍ରଶାସନ ଉଦ୍ୟମ ଜାରିରଖିଛି । ଏପରିକି ଘରକୁ ଘର ବୁଲି ଡଙ୍ଗାରିଆଙ୍କୁ ଦିଆଯାଉଛି କରୋନା ଟିକା ।

ଡଙ୍ଗାରିଆଙ୍କୁ ବୁଝାଇବା ସହ କେନ୍ଦ୍ରକୁ ନଆସୁଥିବ ଲୋକଙ୍କ ଘରକୁ ଘର ବୁଲି ଟିକା ପ୍ରଦାନ କରାଯାଉଛି । ଏହି ଅଂଚଳରେ ମୋବାଇଲ ନେଟୱାର୍କ ନଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଅଫଲାଇନ ଯୋଗେ ଜାରିରହିଛି ଟିକାକାରଣ । ସେହିପରି କୁର୍ଲି ପଂଚାୟତ ଅନ୍ତର୍ଗତ ନିୟମଗିରି ଅଂଚଳରେ ରହୁଥିବା ଆଦିମ ଜନଜାତିଙ୍କୁ କିଭଳି କରୋନା ନବ୍ୟାପିବ ସେଥିପ୍ରତି ଅଧିକ ଧ୍ୟାନଦେଇ ଅଫଲାଇନ ଟୀକାକରଣ ଜାରି ରହିଛି ।