କରନ୍ତୁ ନାହିଁ ପ୍ଲାଷ୍ଟିକର ବ୍ୟବହାର ! ଲୋକମାନଙ୍କୁ ଏଭଳି ଅପିଲ କଲେ ପ୍ରଧାନମନ୍ତ୍ରୀ ।

67

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ଲାଷ୍ଟିକର ପ୍ରତିକୂଳ ପ୍ରଭାବର କଥା ଏବଂ ଲୋକମାନଙ୍କୁ ପ୍ଲାଷ୍ଟିକ ଏବଂ ନିମ୍ନ ମାନର ସାମଗ୍ରୀରୁ ତିଆରି ହେଉଥିବା ବସ୍ତୁର ଉପଯୋଗ ନକରିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକ୍ରମ ‘ମନ କି ବାତ’ର ୪୪ ତମ ସଂସ୍କରଣରେ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଏହି ବିଷୟର ମହତ୍ତ୍ୱକୁ ବୁଝେଇବା ପାଇଁ ଅନୁରୋଧ କରୁଛି । ପ୍ଲାଷ୍ଟିକ ଏବଂ ନିମ୍ନ ଶ୍ରେଣୀର ପ୍ଲାଷ୍ଟିକ ବ୍ୟବହାର କରାଯିବା ଉଚିତ ନୁହେଁ । କାହିଁକି ନା ପ୍ଲାଷ୍ଟିକ ପ୍ରଦୂଷଣ ଦ୍ୱାରା ପ୍ରକୃତି, ବନ୍ୟଜୀବ ଏପରିକି ଆମର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ ।

ଜୁନ ୫ ତାରିଖରେ ଭାରତ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଅଟେ କାହିଁକି ନା ଜଳବାୟୁ ପରିବର୍ତ୍ତନକୁ କମ କରିବା ଦିଗରେ ଦେଶର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ପ୍ରତିବର୍ଷ ପର୍ଯ୍ୟାବରଣ ଦିବସର ଥିମ ବିଟ ପ୍ଲାଷ୍ଟିକ ପଲ୍ୟୁସନ ରହିଛି । ମୋଦି କହିଛନ୍ତି, ଗତ କିଛି ସପ୍ତାହ ଧରି ଦେଶର କିଛି ଭାଗରେ ଜୋରରେ ପବନ ବହିବା ସହ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି । ଯାହା ଦ୍ୱାରା ଜୀବନ ପ୍ରଭାବିତ ହେବା ସହ ଅନେକ କ୍ଷୟକ୍ଷତି ହୋଇଛି । ସେ କହିଛନ୍ତି ପାଗରେ ଏମିତି ଅଚାନକ ପରିବର୍ତ୍ତନ ହେବା ଆମ ଜୀବନଶୈଳୀରେ ହେଉଥିବା ପରିବର୍ତ୍ତନର ପରିଣାମ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ ଆସୁଥିବା ଇଦ୍ ପର୍ବକୁ ନେଇ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଏବେ ଠାରୁ କିଛି ଦିନ ପରେ ଲୋକମାନେ ଜହ୍ନ ପାଇଁ ପ୍ରତୀକ୍ଷା କରିବେ ।