କନକ ବ୍ୟୁରୋ: ଆସନ୍ତା ୧୬ ତାରିଖ ଅର୍ଥାତ୍ ଶନିବାର ଆକାଶରେ ଦେଖାଦେବ ଗୋଲାପି ଜହ୍ନ । ଆକାଶରେ ଅନେକ ପୂର୍ଣ୍ଣିମା ତିଥିରେ ସମ୍ପୂର୍ଣ୍ଣ ଧଳା ବା ଲାଲ୍ ଜହ୍ନ ଆପଣ ଦେଖିଥିବେ । ହେଲେ ଆଗାମୀ ୧୬ ତାରିଖରେ ଆକାଶରେ ଗୋଲାପୀ ଜହ୍ନ ଦେଖାଯିବା ନେଇ ବିଭିନ୍ନ ଅନ୍ତର୍ଜାତୀୟ ବିଜଞାନ ସମ୍ପର୍କୀତ ଖବରକାଗଜରୁ ସୂଚନା ମିଳିଛି । ଏନେଇ ନାସା ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ।

Advertisment

ନାସାର କହିବା ଅନୁଯାୟୀ ଏହି ଗୋଲାପୀ ଜହ୍ନ ଶୁକ୍ରବାର ଭୋର ସମୟରୁ ଆରମ୍ଭ କରି ଶନିବାର ମଧ୍ୟ ଦେଖାଦେବ । କିଛି ଦେଶରେ ଏହା ୩ ଦିନ ଧରି ଦେଖାଯିବ ବୋଲି କୁହାଯାଉଛି । ହେଲେ ଖୁବ୍ କମ୍ ସମୟ ପାଇଁ ଏହା ପୂର୍ଣ୍ଣ ମାତ୍ରାରେ ଦେଖାଦେବ ବୋଲି ନାସାର ମୁଖ୍ୟାଳୟର ସାଇନ୍ସ ମିସନ୍ ଡାଇରେକ୍ଟୋରେଟ୍ ପ୍ରୋଗ୍ରାମ ଏକଜିକ୍ୟୁଟିଭ୍ ଗୋର୍ଡନ୍ ଜନଷ୍ଟନ୍ କହିଛନ୍ତି ।