ଫ୍ରିଜରେ କେବେବି ରଖନ୍ତୁନି ଏସବୁ ଜିନିଷ । ଶରୀର ପାଇଁ ହୋଇପାରେ କ୍ଷତିକାରକ ।

770

କନକ ବ୍ୟୁରୋ:  କିଣୁଥିବା ପ୍ରତ୍ୟେକ ଫଳ ଏବଂ ପନିପରିବା ହେଉ ବା ବଳକା ଖାଦ୍ୟ ଏସବୁକୁ ଫ୍ରିଜରେ ସାଇତି ରଖିବା ଅଧିକାଂଶଙ୍କର ଏକ ସାଧାରଣ ଅଭ୍ୟାସ । ହେଲେ ଆମ ମଧ୍ୟରୁ ଖୁବ କର୍ମ ଜାଣନ୍ତି କେଉଁ ଜିନିଷ ରେଫିଜେରେଟରରେ ରଖିବା ଉଚିତ କ’ଣ ରଖିବା ଉଚିତ ନୁହେଁ,  ରଖିଲେ କି ସମସ୍ୟା ସମସ୍ୟା ହେବ ଇତ୍ୟାଦି । ତେବେ ଜାଣି ରଖନ୍ତୁ ଏପରି ଅନେକ ଖାଦ୍ୟ ପଦାର୍ଥକୁ ଯାହାକୁ ଫ୍ରିଜରେ ରଖି ଖାଇଲେ ଶରୀରର ଭଲ କରିବା ବଦଳରେ କ୍ଷତି ପହଞ୍ଚାଏ । ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ସବୁ ଫ୍ରିଜରେ ରଖି ଖାଇବା ମନା ।

ତରଭୁଜ ବା ସେଭଳି ରସାଳ ଫଳ: କୌଣସି ପ୍ରକାରର ମେଲନ୍ ଫ୍ରିଜରେ ରଖିବା ଉଚିତ୍ ନୁହେଁ  । ଏହା ପରିବର୍ତ୍ତେ, ସ୍ୱାଦ ବଜାୟ ରଖିବା ପାଇଁ ଏଗୁଡିକୁ ଘରର ସାଧାରଣ ତାପମାତ୍ରାରେ ରଖିବା ଉଚିତ । ଏହାଦ୍ୱାରା ମେଲନ( ରସାଳ ଫଳ)ରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରେ । କିନ୍ତୁ ଏହାକୁ ଫ୍ରିଜରେ ରଖି ଖାଇଲେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଏ ।

ପାଉଁରୁଟି ବା କେକ୍: ପାଉଁରୁଟିକୁ ଫ୍ରିଜରେ ସାଇତି ରଖିବା ଆମ ମାନଙ୍କର ଏକ ସାଧାରଣ ଅଭ୍ୟାସ । କିନ୍ତୁ ଆପଣ ଜାଣନ୍ତି କି ଫ୍ରିଜରେ ରଖିଲେ ଏହା ତାଜା ରହିବା ବଦଳରେ ଶୀଘ୍ର ବାସି ଓ ଶୁଖିଲା ହୋଇଯାଏ । ବରଂ ତା’ଠାରୁ ଏହାକୁ ସାମାନ୍ୟ ତାପମାତ୍ରାରେ ବାହାରେ ରଖିବା ଭଲ ।

ହର୍ବାଲ ପତ୍ର:  ଫ୍ରିଜରେ ଆମେ ଧନିଆଁ ଠାରୁ ଆରମ୍ଭ କରି , ପୋଦିନା ଓ ଅନ୍ୟ ଜଡିବୁଟିକୁ ସାଇତି ରଖିଥାଉଁ । ହେଲେ ଏହାକୁ ଫ୍ରିଜରେ ଖାଲିରେ ରଖନ୍ତୁ ନାହିଁ ଯଦି ରଖୁଛନ୍ତି ତେବେ ଏହାକୁ ଏୟାର ଟାଇଟ୍ ଡବାରେ ବା କୌଣସି କପଡା ଗୁଡାଇ ରଖିପାରିବେ ।

ବାଦାମ ତଥା ଅନ୍ୟ ଡ୍ରାଏ ଫ୍ରୁଟ୍ସ: ବାଦାମ, କାଜୁ  ବା ସେହିପରି ଅନ୍ୟ ଡ୍ରାଏ ଫ୍ରୁଟକୁ ଫ୍ରିଜରେ କିଛି ଦିନ ଷ୍ଟୋର କରି ରଖିଲେ ଏହାର ସ୍ୱାଦ ଖରାପ ହୋଇଯାଏ । ବରଂ ଏହାର ତୈଳାକ୍ତ ତତ୍ତ୍ୱକୁ ବଜାୟ ରଖିବାକୁ ସାମାନ୍ୟ ତାପମାତ୍ରାରେ ଏୟାର-ଟାଇଟ୍ ଜାରରେ ରଖନ୍ତୁ ।

ଚକଲେଟ୍: ପିଲାଙ୍କ ଠାରୁ ବଡ ସମସ୍ତେ ଚକଲେଟକୁ ଫ୍ରିଜରେ ଷ୍ଟୋର କରି ରଖନ୍ତି । କିନ୍ତୁ ଫ୍ରିଜରେ ଚକଲେଟ ରଖିଲେ  ଏହାର ସ୍ୱାଦ ଏବଂ ରଙ୍ଗ ଖରାପ ହୋଇଯାଏ ।

ଟମାଟୋ: ସାଧାରଣତଃ ସମସ୍ତଙ୍କ ଘରେ ତରକାରୀ ହେଉ ଅବା କୌଣସି ସ୍ପେଶାଲ ଡିସ୍‌, ଏଥିରେ ଟମାଟୋକୁ ନିଶ୍ଚିତ ରୂପେ ବ୍ୟବହାର କରାଯାଏ। ଏଥିଲାଗୁ ଲୋକେ ଏକାଥରକେ ଅନେକଗୁଡିଏ ଟମାଟୋ କିଣି ଫ୍ରିଜ୍‌ରେ ଷ୍ଟୋର କରି ରଖନ୍ତି। କିନ୍ତୁ ଏଭଳି କରିବା ଭୟାନକ ହୋଇପାରେ। ଟମାଟୋକୁ ଫ୍ରିଜ୍‌ରେ ରଖି ଆଦୌ ଉଚିତ ନୁହେଁ। ଫ୍ରିଜରୁ ବାହାରୁଥିବା ଥଣ୍ଡା ପବନ ଯୋଗୁଁ ଟମାଟୋ ଭିତରୁ ସଢ଼ିବାକୁ ଲାଗେ। ଯାହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ।

କଦଳୀ:  କଦଳୀକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ । କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର ପଚି ଯାଏ ଏବଂ କଳା ପଡିଯାଏ । କେବଳ ସେତିକି ନୁହେଁ ଫ୍ରିଜରେ ରଖାଯାଇଥିବା କଦଳୀ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡି ପାରେ। କଦଳୀ ସହ ମିଶାଇ ରଖାଯାଇଥିବା ଅନ୍ୟ ଫଳ ଏବଂ ପନିପରିବା ମଧ୍ୟ ନଷ୍ଟ ହୋଇଯାଏ ।

ମହୁ:    ଔଷଧୀୟ ଗୁଣରେ ଭରପୂର ମହୁକୁ ଅନେକ ଖାଦ୍ୟରେ ବ୍ୟବହାର କରାଯାଏ। ତଥାପି, ବହୁତ କମ୍ ଲୋକ ପ୍ରତିଦିନ ମହୁ ବ୍ୟବହାର କରନ୍ତି। କିଛି ଲୋକ ନଷ୍ଟ ନହେବା ପାଇଁ ଏହାକୁ ଫ୍ରିଜରେ ଷ୍ଟୋର କରି ରଖିନ୍ତି ।   କିନ୍ତୁ ଏହା କରିବା ଉଚିତ ନୁହେଁ, କାରଣ ଫ୍ରିଜରେ ରଖିବା ଦ୍ୱାରା ମହୁରେ ସ୍ଫଟିକ ସୃଷ୍ଟି ହେବା ଆରମ୍ଭ କରେ। ଫଳରେ ଏହାର ସ୍ୱାଦ ଖରାପ ହୋଇଯାଏ। ଏଭଳି ମହୁ ଖାଇବା ଦ୍ୱାରା ଆପଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି।

ଆଳୁ , ପିଆଜ, ରସୁଣ:  କିଛି ଲୋକ ତୁ ଅନ୍ୟ ପନିପରିବା ସହିତ ଫ୍ରିଜରେ ଆଳୁ , ପିଆଜ, ରସୁଣ ମଧ୍ୟ ରଖନ୍ତି । ଫ୍ରିଜରେ ରଖାଯାଇଥିବା ଆଳୁ ଖାଇବା ମଧୁମେହ ରୋଗୀଙ୍କ ପାଇଁ ସାଂଘାତିକ ହୋଇପାରେ। ଅତ୍ୟଧିକ ଥଣ୍ଡରେ ରହିବା ଦ୍ୱାରା ଆଳୁରେ ଥିବା ଷ୍ଟାର୍ଚ ଚିନିରେ ପରିଣତ ହୁଏ। ଆଳୁକୁ ଫ୍ରିଜରେ ରଖିବା ପରିବର୍ତ୍ତେ ଏକ କାଗଜରେ ଗୁଡାଇ ଖୋଲା ସ୍ଥାନରେ ରଖନ୍ତୁ। ଏହା ବ୍ୟତୀତ ପିଆଜ ଓ ରସୁଣ କୁ କେବେବି ଫ୍ରିଜରେ ରଖିବା ଉଚିତ୍ ନୁହେଁ।