ସାବଧାନ ! ବାରମ୍ବାର ଗରମ କରି ଖାଆନ୍ତୁ ନାହିଁ ଏହି ଖାଦ୍ୟ

ସାବଧାନ ! ବାରମ୍ବାର ଗରମ କରି ଖାଆନ୍ତୁ ନାହିଁ ଏହି ଖାଦ୍ୟ

source: google.com

ଗରମ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଗରମ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥା ଏ ବୋଲି ସମସ୍ତେ କହିଥାନ୍ତି । ଖାଦ୍ୟକୁ ଗରମ କରିଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯାଏ । କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ଗରମ କରିଲେ ସେଥିରେ ଟକ୍ସିନ୍ସ ଓ ବ୍ୟାକ୍ଟେରିଆ ଅଧିକ ବଢିଥାଏ। ଯାହାକି ଶରୀର ପାଇଁ କ୍ଷତିକାରକ । ଭାତ ପରି କିଛି ଖାଦ୍ୟ ଯାହାକୁ ରାନ୍ଧିଲାବେଳେ ଏହାର ରନ୍ଧ୍ରଗୁଡିକ ଖୋଲିଯାଏ। ତେଣୁ ଏଗୁଡିକ ଥଣ୍ଡା ହୋଇଗଲେ ଏଥିରେ ବେସିଲସ ସେରେୟସ ନାମକ ବ୍ୟାକ୍ଟେରିଆ ବହୁ ତୀବ୍ର ଗତିରେ ଜାତ ହୋଇଥାଏ। ଏହା ଏପରି ଏକ ବ୍ୟାକ୍ଟେରିଆ ଯାହାକୁ ଗରମ କରିଲେ ବି ମରେନାହିଁ । କାରଣ ବ୍ୟାକ୍ଟେରିଆମାନେ ଅତ୍ୟଧିକ ଗରମ ଓ ଅତ୍ୟଧିକ ଥଣ୍ଡା ଜଳବାୟୁରେ ବଢିପରାନ୍ତି ।

ଏହି ସାତଟି ଖାଦ୍ୟକୁ ଗରମ କରନ୍ତୁ ନାହିଁ:

-ଆଳୁକୁ ବାରମ୍ବାର ଗରମ କଲେ ଏଥିରେ ବସିଲସ୍ ବ୍ୟାକ୍ଟେରିଆ ମାତ୍ରା ବଢିଥାଏ ଯାହା ଦ୍ୱାରା ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ବଢିଥାଏ ।

-ନର୍ଥ କେରୋଲିନା ୟୁନିଭରସିଟିର ଗବେଶକଙ୍କ ମତରେ ଭାତକୁ ବାରମ୍ବାର ଗରମ କରି ପୁଣି ଥଣ୍ଡା କଲେ ଏଥିରେ ବସିଲସ୍ ସେରେୟସ ବ୍ୟାକ୍ଟେରିଆ ୨ଗୁଣ ବଢିଯାଏ । ଏଥିପାଇଁ ଡାଏରିଆ ହେବାର ସମ୍ଭାବନା ରହିଥାଏ ।

- ପାଳଙ୍ଗ ଶାଗରେ ଥିବା ନାଇଟ୍ରେଟ୍ କାର୍ସିନୋଜେନିକରେ ପରିଣତ ହୋଇଥାଏ ଯାହାଦ୍ୱାରା ଟକ୍ସିନ୍ସର ପରିମାଣ ବଡିଥାଏ ।

-ବିଟରେ ଅଧିକ ମାତ୍ରାରେ ନାଇଟ୍ରେଟ୍ ଥାଏ ଯାହାଦ୍ୱାରା ଖାଦ୍ୟରେ ଟକ୍ସିନ୍ସ ଜାତ ହୋଇଥାଏ ଓ ଅନେକ ରୋଗର ସମ୍ଭାବନା ମଧ୍ୟ ବଢିଥାଏ । ତେଣୁ ଏହାକୁ ବାରାମ୍ବାର ଗରମ କରି ଖାଆନ୍ତୁ ନାହିଁ ।

- ବ୍ରିଟିସ ଫୁଡ ଷ୍ଟଡି ଏଜେନ୍ସି ଅନୁଯାୟୀ ଚିକେନକୁ ବାରମ୍ବାର ଗରମ କରିଲେ ଏଥିରେ ଥିବା ପ୍ରୋଟିନର କଂପୋଜିସନ ବଦଳିଯାଏ । ଫଳରେ ହଜମ ପକ୍ରିୟା ଅସୁବିଧା ସୃଷ୍ଟି ହୋଇଥାଏ ।

- ସେହିପରି ଅଣ୍ଡାକୁ ବାରମ୍ବାର ଗରମ କରିଲେ ଏହା ଟକ୍ସିକ ହେଇଯାଏ ଏବଂ ଏହାର କୁପ୍ରଭାବ ହଜମକ୍ରିୟା ଉପରେ ପଡିଥାଏ ।

- ଛତୁକୁ ବାରମ୍ବାର ଗରମ କଲେ ଚିକେନ ପରି ଏହାର ମଧ୍ୟ କଂପୋଜିସନ୍ ବଦଳିଯାଏ ୟାହାଦ୍ୱାରା ହଜମକ୍ରିୟାରେ କୁପ୍ରଭାବ ପଡିବା ସହ ହୃଦଜନିତ ସମସ୍ୟା ବୃଦ୍ଧି ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe