ସକାଳେ ଖାଲି ପେଟରେ ଖାଆନ୍ତୁନି ଏସବୁ ଖାଦ୍ୟ : ଶରୀର ପାଇଁ ପାଲଟିଯିବ ବିଷ

118

ଆଜିକାଲିର ସମୟରେ କେହି ବି ସୁସ୍ଥ ନାହାଁନ୍ତି, କାହିଁକିନା ଆଜିକାଲି ଖାଦ୍ୟପେୟରେ ବହୁତ ପରିବର୍ତ୍ତନ ଆସିଯାଇଛି ଏବଂ ଆଜିକାଲି ସମସ୍ତେ ଏତେ ବ୍ୟସ୍ତ ଯେ ନିଜ ଉପରେ ଧ୍ୟାନ ଦିଅନ୍ତିନି । ଆଜିର ସମୟରେ ସ୍ୱାସ୍ଥ୍ୟକୁ ଠିକ ରଖିବା ସବୁଠୁ ଅଧିକ ଜରୁରୀ । ଭଲ ସ୍ୱାସ୍ଥ୍ୟ ପାଇଁ କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ଏବଂ ଖାଇବା ଅନୁଚିତ, ଆଜି ଆମେ ଆପଣଙ୍କୁ ଜଣାଇବୁ । ଏମିତି କିଛି ଖାଦ୍ୟ ଥାଏ, ଯେଉଁଥିରେ ଏସିଡର ମାତ୍ରା ଅଧିକ ଥାଏ । ଏମିତିରେ ଯଦି ତାହାକୁ ଖାଲି ପେଟରେ ଖାଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଆମେ ପ୍ରତିଦିନ ଆମ ଆହାରରେ ଫଳ, ସବୁଜ ପନିପରିବା ଏବଂ ପ୍ରୋଟିନ ଯୁକ୍ତ ଆହାର ସାମିଲ କରିବା ଉଚିତ୍ । କିନ୍ତୁ ଅଧିକ ଜରୁରୀ ଏହା ଯେ ସେସବୁ କୁ ସଠିକ ସମୟରେ ଖାଇବା ଉଚିତ୍ । ଆସନ୍ତୁ ଜାଣିବା କେଉଁ ଜିନିଷକୁ ଭୁଲରେ ବି ଖାଲି ପେଟରେ ଖାଇବା ଅନୁଚିତ୍ ।

୧. କନ୍ଦମୂଳ : କନ୍ଦମୂଳ ଶରୀର ପାଇଁ ସ୍ୱାସ୍ଥ୍ୟକର, କିନ୍ତୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ବିଷ ପାଲଟିଯାଏ । ଏଥିରେ ଗ୍ୟାସ୍ଟ୍ରିକ ଏସିଡ ଥାଏ । ଯଦ୍ୱାରା ଗ୍ୟାସ ହେବାର ସମ୍ଭାବନା ଥାଏ । ଯେତେ ପସନ୍ଦ ଥିଲେ ବି ସକାଳୁ ସକାଳୁ ଖାଲି ପେଟରେ ଖାଇବାରୁ ଦୂରେଇ ରୁହନ୍ତୁ ।

୨. କଦଳୀ : କଦଳୀ ସମସ୍ତଙ୍କୁ ପସନ୍ଦ ଥାଏ ଓ ଏହା ସ୍ୱାସ୍ଥ୍ୟ ପାଇଁ ଭଲ । କଦଳୀରେ ମ୍ୟାଗ୍ନେସିୟମ ଓ ଆଇରନର ମାତ୍ରା ବହୁତ ଅଧିକ ମିଳେ । ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ିଗଲେ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଏ ଏବଂ ଖରାପ ପ୍ରଭାବ ପଡେ ।

୩. କଂଚା ଟମାଟୋ : ଏଥିରେ ଥିବା ଗେଷ୍ଟ୍ରୋଇଂଟେଷ୍ଟାଇନାଲ ଏସିଡ କାରଣରୁ ପେଟ ବ୍ୟଥା, ଗ୍ୟାସ ଏବଂ ଛାତିରେ ଜଳାପୋଡା ହୁଏ । ଟମାଟୋ ସ୍ୱାସ୍ଥ୍ୟକର କିନ୍ତୁ ଖାଲି ପେଟରେ ଖାଇବା ଅସ୍ୱାସ୍ଥ୍ୟକର ।

୪. ଔଷଧ : ଆଜିକାଲିର ସମୟରେ କେହି ସୁସ୍ଥ ନୁହଁନ୍ତି ଏବଂ ଏହି କାରଣରୁ ଲୋକଙ୍କ ସବୁବେଳେ ଔଷଧର ସେବନ କରିବାକୁ ପଡେ । କେତେକେ ଲୋକ ଖାଲିପେଟରେ ଔଷଧର ସେବନ କରନ୍ତି ଯଦ୍ୱାରା ଶରୀରରେ ଔଷଧ ମିଶି ତାହାର ରାସାୟନିକ କ୍ରିୟା ହୋଇ ଭୟଙ୍କର ପରିଣାମ ହୁଏ ।

୫. କଫି : ଆଜିକାଲିର ଯୁବପିଢ଼ିଙ୍କୁ କଫି ବହୁତ ପସନ୍ଦ ଏବଂ ସକାଳେ କଫି ପିଇବା ପସନ୍ଦ ଥାଏ । କିନ୍ତୁ ଖାଲି ପେଟରେ ଏହାର ସେବନ କରିବା ଦ୍ୱାରା ଗ୍ୟାସ ସମସ୍ୟା ହୋଇପାରେ । ତେଣୁ ଖାଲି ପେଟରେ କଫି ପିଇବା ପୂର୍ବରୁ ଗୋଟିଏ ଗ୍ଲାସ ପାଣି ପି ନିଅନ୍ତୁ ।