କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ଓ ଆମ୍ ଆଦମୀ ମଧ୍ୟରେ ଟକ୍କର ସେତେ ବଢିବାରେ ଲାଗୁଛି । ଏହି କ୍ରମରେ ଆଜି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି । କେଜ୍ରିୱାଲ କହିଛନ୍ତି କି ବିଜେପି ତାଙ୍କୁ ଅଫର ଦେଇଥିଲା କି ଯଦି ଆପ୍ ଗୁଜରାଟ ନିର୍ବାଚନରୁ ଓହୁରି ଯିବ ତେବେ ମନୀଷ ସିସୋଦିଆ ଓ ସତ୍ୟନ୍ଦ୍ର ଜୈନଙ୍କୁ ଛାଡି ଦିଆଯିବ । ଏହାସହ ସିବିଆଇ ବି ମନୀଷ ସିସୋଦିଆଙ୍କୁ ଜେରା କରିବା ବେଳେ ବାରମ୍ବାର ଅଫର କରିଥିଲା କି ତୁମେ କେଜ୍ରିୱାଲଙ୍କ ସାଥି ଛାଡିଦେଲେ ତୁମକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିଦିଆଯିବ ବୋଲି କହିଛନ୍ତି କେଜ୍ରିୱାଲ ।

Advertisment

ସେପଟେ ଗୁଜରାଟ ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି କି ଚଳିତ ସପ୍ତାହରେ ପୋଲ ଭାଙ୍ଗିବା ଘଟଣା ପ୍ରମାଣ କରୁଛି କି ରାଜ୍ୟ ସରକାର କେତେ ଦୁର୍ନୀତି କରୁଛନ୍ତି । ଏହି କାରଣରୁ ବିଜେପି ଗୁଜରାଟରେ ହାରିବାକୁ ଯାଉଥିବା କଥା କହିଛନ୍ତି କେଜ୍ରିୱାଲ । ଏହାସହ ପୋଲ ଭାଙ୍ଗିବା ଘଟଣାରେ ବିଜେପି ସରକାର ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା କଥା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ ।

ଅନ୍ୟପଟେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ କେଜ୍ରିୱାଲ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ମୁଁ ସ୍ୱୀକାର କରୁଛି ଯେ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଛି । ଗୁଜରାଟ ନିର୍ବାଚନକୁ ସେ ସେ କହିଛନ୍ତି ଯେ, ଗୁଜରାଟବାସୀ ପରିର୍ତ୍ତନ ପାଇଁ ମନ ସ୍ଥିର କରିସାରିଛନ୍ତି । ବିଜେପିର ୨୭ ବର୍ଷ କୁଶାସନରେ ବିଜେପିର ଭୋଟ କାଟିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।