ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା । ସନ୍ଧ୍ୟା ଯାଏଁ ଘରୁ ନବାହରିବାକୁ ପରାମର୍ଶ ଦେଲା ପ୍ରଶାସନ

360

କନକ ବ୍ୟୁରୋ : ସନ୍ଧ୍ୟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଲା ପ୍ରଶାସନ । ରାଜଭବନର ୨ କିମି ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଜରୁରୀ ସୂଚନା । ସଂଧ୍ୟାଯାଏ ଘରୁ ବାହାରକୁ ନବାହାରିବାକୁ ଦିଆଗଲା ପରାମର୍ଶ । ଗଭର୍ଣ୍ଣର ହାଉସ ଛକରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ପାଖାପାଖି ଦିନ ୧ଟା ବେଳେ ପେଟ୍ରୋଲ ପମ୍ପରେ ଭୟାଭୟ ଅଗ୍ନିକାଣ୍ଡ ହୋଇଛି । ଘଟଣା ସ୍ଥଳରେ ନିଜେ ପୋଲିସ କମିଶନର ଉପସ୍ଥିତ ଅଛନ୍ତି ।

ତେବେ ବର୍ତମାନ ସମୟରେ ନିଆଁ ଲାଗିଥିବା ପେଟ୍ରୋଲ ପମ୍ପ ଆୟତ୍ତରେ ରହିଛି । ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କିନ୍ତୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଅଂଚଳକୁ ସିଲ କରିଛି ପ୍ରଶାସନ । ମିଳିଥିବା ସୂଚନା ଅନୁସାରେ ଏଜି ଛକଠାରୁ ରାଜଭବନ ଛକ ଓ ରାଜଭବନ ଛକ ଠାରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ ଛକ ଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରାଯାଇଛି ।