ଜରୁରୀ ଥିଲେ ଚାଲି ଚାଲି ଆସ…କାମ ନଥିଲେ ଘରେ ବସ: ଅମାନିଆଙ୍କୁ ସାବାଡ କରିବା ପାଇଁ ଛକ ଛକରେ ଛକିଛି ପୁଲିସ୍

729

କନକ ବ୍ୟୁରୋ: ସାବଧାନ, ଜଗିଛି ପୋଲିସ । ବଜାରକୁ ବାଇକ ମନା । ଅତ୍ୟାବଶ୍ୟକ କାମ ଥିଲେ ଚାଲି ଚାଲି ଆସ । କାମ ନଥିଲେ, ଘରେ ରୁହ ,ସଚେତନ ରୁହ । ଅମାନିଆଙ୍କୁ ସାବଡ କରିବା ପାଇଁ ଏଭଳି କଡାକଡି ନିୟମ ଲାଗୁ କରିଛି ନିଆଳି ପୋଲିସ୍ । ଏନେଇ ଗତକାଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ତଥାପି ଆଜି ବହୁ ଲୋକ ଏହି କଟକଣାକୁ ନମାନି ବାଇକ ନେଇ ବଜାରକୁ ଆସିଥô୍ଲେ । ତେଣୁ ଏହି ଅମାନିଆଙ୍କୁ ସାବାଡ କରିବାକୁ ଯାଇ ପୋଲିିସ ସେହି ଗାଡି ଗୁଡିକ ଜବତ କରି ନିଆଳି ଥାନାକୁ ଆଣିଛି । ଏପର୍ଯ୍ୟନ୍ତ ୩୦ ରୁ ଉର୍ଦ୍ଦ ବାଇକୁ ଜବତ କରିଛି କଟକ ଜିଲ୍ଲା ନିଆଳି ପୋଲିସ । ସେମାନଙ୍କ ବିରୋଧରେ ମକଦମା ରୁଜୁ କରିଛି ପୋଲିସ । ସହିପରି ଫୁଲନଖରା – ନିଆଳି ରାସ୍ତାକୁ ନିଆଳି ଥାନା ଛକରେ ବାରିକେଡ୍ କରାଯାଇ ଯାଚଂ ଚାଲିଛି ।

ତାଲାବନ୍ଦ କଟକଣାକୁ ମାନୁ ନଥିବା ଲୋକଙ୍କୁ ସାବାଡ କରିବା ପାଇଁ କାକଟପୁର ଥାନା ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି । କାକଟପୁର ହାଟ ସହ ବଜାର ଓ ଗ୍ରାମାଂଚଳରେ ଯେଉଁଠି ଗହଳି ଜମୁଛି ସେଠି ପହଁଚି ପଦକ୍ଷେପ ନେଉଛି ପୋଲିସ୍ । ଯେଉଁମାନେ ନିୟମ ନମାନି ବଜାରକୁ ଗାଡି ଆଣୁଛନ୍ତି ସେମାନଙ୍କ ଗାଡି ଜବତ କରାଯାଉଛି ।

ମହାମାରୀ କୋଭିଡ୍-୧୯ର ମୁକାବିଲ ପାଇଁ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳିଛି । ଏଠାକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମେଡିକାଲ ପରିସରରେ ୧ଫୁଟ ଦୂରତା ଅନୁସାରେ କରାଯାଇଥିବା ଗୋଲେଇ ଭିତରେ ଛିଡାହୋଇ ସାମାଜିକ ଦୂରତାକୁ ରକ୍ଷା କରୁଥିବା ଦେଖିବାକୁ ମିଳିଛି । ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ସେମାନେ ଅନେକ ପରିମାଣରେ ସଚେତନ ହୋଇଥିବା କହିଛନ୍ତି ରୋଗୀ ସମ୍ପର୍କୀୟ ।

ସେପଟେ, ଭିଡ ନିୟନ୍ତ୍ରଣ ଓ ସାମାଜିକ ଦୁରତା ବଜାୟ ରଖିବା ଲାଗି ମାଲକାନଗିରି ପ୍ରଶାସନ ର ବଡ ପଦକ୍ଷେପ । ଜିଲ୍ଲା ର ସମସ୍ତ ମଟନ ଦୋକାନକୁ ବନ୍ଦ କରିବା ସହ ବିଭିନ୍ନ ଦୈ ନିକ ବଜାରରେ ଥିବା ଚିକେନ ଓ ମାଛ ଦୋକାନକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ତାଲାବନ୍ଦ ଓ ପ୍ରଶାସନର କଡା କଟକଣା ଯୋଗୁ ଏବେ ମାଛ ଓ ଚିକେନ ବ୍ୟବସାୟୀ ଚିନ୍ତାରେ ଅଛନ୍ତି ।