କନକ ବ୍ୟୁରୋ : କାଠଗଡ଼ାରେ ପହଁଚିଛି ଦିଲ୍ଲୀ ପ୍ରଦୂଷଣ ମମାଲା । ଆଜିର ଶୁଣାଣୀରେ ରାଜ୍ୟମାନଙ୍କ ଉପରେ ପ୍ରଶ୍ନ ବର୍ଷା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କେବଳ ନିୟମ ଲାଗୁ କଲେ ଚଳିବନି । ଏହା ଉଚିତ ଭାବରେ ଓ ତୃଣମୁଳସ୍ତରରେ କାର୍ଯ୍ୟକାରୀ ହେଉଛି ନା ନାହିଁ ସେନେଇ ରାଜ୍ୟସରକାର ତଦାରଖ କରିବା ଉଚିତ । କୋର୍ଟ ଏକଥା ମଧ୍ୟ କହିଛନ୍ତି ସମସ୍ୟାର କାରଣ ଓ ସମାଧାନ ବାବଦରେ ସମସ୍ତେ ଅବଗତ ତଥାପି ଏହା ଫଳପ୍ରଦ କ’ଣ ପାଇଁ ହେଉନି ?

Advertisment

ଯୁଗ୍ନ-ଅଯୁଗ୍ନ ନିୟମକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ଦିଲ୍ଲୀ ସରକାର । ଦୀପାବଳୀ ପରେ ଦିଲ୍ଲୀ କାର ଚଳାଚଳ ଉପରେ ଯୁଗ୍ନ-ଅଯୁଗ୍ମ ନିୟମ ଲଗାଇବାକୁ ନିଷ୍ପତି ନେଇଛନ୍ତି ସରକାର । କୋର୍ଟ କହିଛନ୍ତି ନିୟମ ଲଗାଯାଉ ବା ବିଶେଷଜ୍ଞଙ୍କ ପରାମର୍ଶ ନିଅ।।ଯାଉ । କିନ୍ତୁ ଏହା ଫଳପ୍ରଦ ହେବା ଜରୁରୀ ।

ଶୁଣାଣୀ ସମୟରେ କୋର୍ଟ କେବଳ ଦିଲ୍ଲୀ ସରକାରଙ୍କଠୁ ଜବାବ ମାଗି ନାହାଁନ୍ତି ବଂର ହରିଆଣା ଓ ପଂଜାବ ସରକାରଙ୍କ ଉପରେ ବର୍ଷିଛନ୍ତି । କୋର୍ଟ କହିଛନ୍ତି ଉଭୟ ରାଜ୍ୟରେ ଚାଷୀ ପୋଡୁଥିବା ନଡ଼ା ଦ୍ୱାରା ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ତେଣୁ ଏହି କାମକୁ କିଛି ଦିନ ପାଇଁ ବନ୍ଦ କରାଯାଉ । ପ୍ର୍ରତିବର୍ଷ ସମାନ ସମସ୍ୟା ସୃଷ୍ଟି ପରେ ରାଜ୍ୟ ସରକାରଙ୍କ ଚେତା ପଶୁଛି । ବାରମ୍ବାର ସମାନ ସ୍ଥିତି ଉପଜିବା ସତ୍ୱେ କ’ଣ ପାଇଁ ଏହା ସ୍ଥାୟୀ ସମାଧାନ କରାଯାଉନି? ତେଣୁ ଏହି ସମସ୍ୟା ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ସୁପ୍ରିମକୋର୍ଟ ।

କୃତିମ ବର୍ଷା କରିବାକୁ ଦିଲ୍ଲୀ ସରକର ଯୋଜନା କରୁଥିବା ବେଳେ ଗୁରୁବାର ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସେପଟେ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀମାନେ ସ୍ଥାନେ ସ୍ଥାନେ ବୁଲି ସ୍ଥିତି ନୀରିକ୍ଷଣ କରୁଛନ୍ତି । ରାଜଧାନୀ ଦିଲ୍ଲୀରେ ଗତ ଗୁରୁବାର ଏକ୍ୱ୍ୟୁଆଇ ୪୩୭ ରହିଥିଲା, ଯାହା ଗୁରୁତ୍ୱର ଶ୍ରେଣୀର ବୋଲି କୁହାଯାଏ । ତେବେ ବର୍ଷା ପରେ କିଛି ସ୍ଥାନରେ ଏକ୍ୟୁଆଇ ୧୦୦ରୁ କମ୍ ଥିବା ରେକର୍ଡ ହୋଇଛି ।