ଖବର ପରିବେଷଣ ଆସିଲା ରୋଚକ ଚିତ୍ର : ତାଲିବାନିଙ୍କ ବନ୍ଧୁକ ମୁନରେ ଖବର ପଢ଼ୁଛନ୍ତି ଉପସ୍ଥାପକ

ଘନି ସରକାରର ପତନ ଓ ତାଲିବାନ ଶାସନରେ ଲୋକଙ୍କ ସୁରକ୍ଷାକୁ ନେଇ ଦେଉଛନ୍ତି ବାର୍ତ୍ତା

226

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା ପରେ ନିଜର ସ୍ଥିତି ଜାହିର କରିଛି । ଏହାରି ଭିତରେ ଗୋଟିଏ ପରେ ଗୋଟିଏ ରୋଚକ ଚିତ୍ର ସାମ୍ନାକୁ ଆସୁଛି । ଏବେ ଆଉ ଏକ ଭିଡିଓ ସୋସିଆଲ ମିଡିଅରେ ଭାଇରାଲ ହୋବରେ ଲାଗିଛି । ଏ ଭିଡିଓ ଆସିଛି ନ୍ୟୁଜ୍ ଚ୍ୟାନେଲରୁ । ଷ୍ଟୁଡିଓରେ ବସିଛନ୍ତି ଆଙ୍କର । ଉପସ୍ଥାପକଙ୍କ ପଛ ପଟେ ଛିଡା ହୋଇଛନ୍ତି ଦୁଇ ଜଣ ବନ୍ଧୁକଧାରୀ ତାଲିବାନୀ । ଗନ୍ ପଏଂଟରେ ସମ୍ବାଦ ପଢୁଛନ୍ତି ଉପସ୍ଥାପକ । ଆଉ ଷ୍ଟୁଡିଓ ଭିତରେ ଦର୍ଶକ ସାଜିଛନ୍ତି ଆଉ କିଛି ତାଲିବାନୀ । ଘନି ସରକାରର ପତନ ଓ ତାଲିବାନୀ ଶାସନରେ ଲୋକଙ୍କ ସୁରକ୍ଷା ନେଇ ଉପସ୍ଥାପକ ବାର୍ତ୍ତା ଦେଉଛନ୍ତି । ପାର୍ସି ଭାଷାରେ ଏହି ଉପସ୍ଥାପନାରୁ କିଛି ବୁଝା ପଡୁନଥିଲେ ମଧ୍ୟ ଚିତ୍ର ହିଁ ତାଲିବାନର ଚରିତ୍ର ବୟାନ୍ କରୁଥିବା କୁହାଯାଉଛି ।