ଗଧ ଦେବ ଏସଏସବି ପରୀକ୍ଷା ! ଆଡମିଟ କାର୍ଡରେ ଗଧର ଫଟୋ ନେଇ ବିବାଦରେ ଷ୍ଟାଫ ସିଲେକ୍ସନ ବୋର୍ଡ ।

209

ଗଧ ଦେବ ଏସଏସବି ପରୀକ୍ଷା । ଏପରିକି ଗଧ ପାଇଁ ଆଡମିଟ କାର୍ଡ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ସରକାରୀ ଅବହେଳାର ଏଭଳି ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ଆଉ ଏହି ମାମଲା କାରଣରୁ ଏବେ ଗଧ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଜାମ୍ମୁକାଶ୍ମୀରର ଷ୍ଟାଫ ସିଲେକ୍ସନ ବୋର୍ଡର ଏକ ପରୀକ୍ଷା ପାଇଁ ଗଧର ଆଡମିଟ କାର୍ଡ ଜାରି ହୋଇଛି ।

ଏହି ଆଡମିଟ କାର୍ଡରେ କଚୁର ଖାର ନାମ ଦିଆଯାଇଛି । ତେବେ ଗଧର ଫଟୋ ଥିବା ଏହି ଆଡମିଟ କାର୍ଡକୁ ଫେସବୁକ ଏବଂ ଟ୍ୱିଟରରେ ବହୁ ମାତ୍ରାରେ ସେୟାର କରାଯାଉଛି । ସୂଚନା ଅନୁଯାୟୀ, ୨ ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀର ଷ୍ଟାଫ ସିଲେକ୍ସନ ବୋର୍ଡ ତହସିଲଦାର ପାଇଁ ଏକ ଗାଈର ଆଡମିଟ ଜାରି କରିଥିଲେ । ୨୦୧୫ ମସିହାରେ ଏହି ଭଳି ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ ଜାମ୍ମୁକାଶ୍ମୀର ଷ୍ଟାଫ ସିଲେକ୍ସନ ବୋର୍ଡ ଦ୍ୱାରା ଏଥର ମଧ୍ୟ ଏକ ଭୁଲ ହେବା ଦ୍ୱାରା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏଭଳି ତ୍ରୁଟି ଦ୍ୱାରା ଅଡୁଆରେ ପଡିଛି ଷ୍ଟାଫ ସିଲେକ୍ସନ ବୋର୍ଡ ।